ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ: ୧୦ ଶିଶୁ ଜୀବନ୍ତ ଦଗ୍ଧ

Advertisment
ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ: ୧୦ ଶିଶୁ ଜୀବନ୍ତ ଦଗ୍ଧ

Image Courtesy of Times Now

ଭଣ୍ଡାରା: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାର ‘ସିକ୍‌ ନିଉବର୍ଣ୍ଣ କେୟାର୍‌ ୟୁନିଟ୍‌’ (ଏସ୍‌ଏନ୍‌ସିୟୁ)ରେ ଭୟାନକ ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୧୦ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତରାତି ପ୍ରାୟ ୨ଟା ସମୟରେ ଉକ୍ତ ଡାକ୍ତରଖାନାରେ ନିଆଁ ଲାଗିଥିଲା। ନିଆଁ ଲାଗିବା ସମୟରେ ଓ୍ଵାର୍ଡରେ ୧୭ଜଣ ଶିଶୁ ଚିକିତ୍ସାଧୀନ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଛି। ଏ କଥା ଗଣମାଧ୍ୟମକୁ ଡାକ୍ତରଖାନାର ସିଭିଲ୍‌ ସର୍ଜନ୍‌ ପ୍ରମୋଦ ଖଣ୍ଡାତେ ଜଣାଇଥିବା କୁହାଯାଉଛି। ଓ୍ଵାର୍ଡରୁ ଉଦ୍ଧାର ହୋଇଥିବା ୭ଜଣ ଶିଶୁ ନିରାପଦ ଅଛନ୍ତି।

publive-image Image Courtesy of NDTV

ସମ୍ପୃକ୍ତ ଓ୍ଵାର୍ଡରୁ ଧୂଆଁ ବାହାରୁଥିବା କଥା ଜଣେ ନର୍ସ ପ୍ରଥମେ ଦେଖିବା ପରେ ଡାକ୍ତରଖାନା ପରିଚାଳନା କର୍ମଚାରୀଙ୍କୁ ଜଣାଇଥିଲେ। ସେମାନଙ୍କ ଠାରୁ ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅବିଳମ୍ବେ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ବିଜୁଳି ସର୍ଟସର୍କିଟ୍‌ ଯୋଗୁଁ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଥିବା କଥା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe