ବିଦ୍ୟୁତ୍ ଆଘାତରେ ୧୦ ମୃତ

Advertisment
ବିଦ୍ୟୁତ୍ ଆଘାତରେ ୧୦ ମୃତ

ETV Bharat

କୋଲକାତା : ରବିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର କୁଚବିହାରଠାରେ ଏକ ପିକ୍ଅପ୍ ଭ୍ୟାନ୍‌ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ୧୦ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୯ ଜଣ ଆହତ ହୋଇଛନ୍ତି। ମୃତାହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୧୦ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ସେଠାରୁ ଗୁରୁତର ୧୬ ଜଣଙ୍କୁ ଜଲପାଇଗୁଡ଼ି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗାଡ଼ିରେ ଡିଜେ ସିଷ୍ଟମର ଜେନେରେଟର ତାର ଛିଣ୍ଡିଯିବା କାରଣରୁ ଏହି ଅଘଟଣ ଘଟିଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

ଘଟଣାରୁ ଜଣାପଡ଼ିଛି, ସୀତାଲୁଚି ଥାନା ଅଞ୍ଚଳର କାଉଡ଼ିଆମାନେ ଜଳଲାଗି କରିବାକୁ ଏକ ପିକ୍‌ଅପ ଭ୍ୟାନରେ ପଡ଼ୋଶୀ ଜଲପାଇଗୁଡ଼ି ଜିଲ୍ଲାର ଜଲପେଶ ମନ୍ଦିରକୁ ଯାଉଥିଲେ। ସେମାନେ ଗାଡ଼ି ପଛରେ ଡିଜେ ସିଷ୍ଟମ ରଖି ବଜାଉଥିଲେ। ପ୍ରବଳ ବର୍ଷା ଯୋଗୁ ଜେନେରେଟରଟି ପାଣି ସଂସ୍ପର୍ଶରେ ଆସିଯାଇଥିବା ଅନୁମାନ କରାଯାଉଛି। ଜେନେରେଟର ତାରରୁ ଏହି ଅଘଟଣ ଘଟିଥାଇ ପାରେ ବୋଲି ମଥାଭଙ୍ଗା ଅତିରିକ୍ତ ପୁଲିସ ଅଧୀକ୍ଷକ ଅମିତ ବର୍ମା କହିଛନ୍ତି। ମଖଲିଗଞ୍ଜ ଥାନା ଅନ୍ତର୍ଗତ ଧର୍ଲା ବ୍ରିଜ ନିକଟରେ ଏହି ଅଘଟଣ ଘଟିଛି। ଗାଡ଼ିରେ ପ୍ରାୟ ୩୦ ଜଣ ଯାତ୍ରା କରୁଥିଲେ। ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତକ ଏବଂ ଆହତମାନଙ୍କ ପରିବାରବର୍ଗଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗାଡ଼ିଟି ଜବତ କରାଯାଇଥିଲେ ବି ଡ୍ରାଇଭର ଖସି ପଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe