ବେଙ୍ଗାଲୁରୁରେ ପହଞ୍ଚିଥିବା ୧୦ ଆଫ୍ରିକୀୟ ନାଗରିକଙ୍କ ପତ୍ତା ମିଳୁନି, ପ୍ରଶାସନକୁ ଘାରିଲା ଓମିକ୍ରନ ସଂକ୍ରମଣ ବଢ଼ିବାର ଭୟ

ବେଙ୍ଗାଲୁରୁରେ ପହଞ୍ଚିଥିବା ୧୦ ଆଫ୍ରିକୀୟ ନାଗରିକଙ୍କ ପତ୍ତା ମିଳୁନି, ପ୍ରଶାସନକୁ ଘାରିଲା ଓମିକ୍ରନ ସଂକ୍ରମଣ ବଢ଼ିବାର ଭୟ

www.indiatoday.in

ବେଙ୍ଗାଲୁରୁ: ଓମିକ୍ରନକୁ ନେଇ ବଢିଲା ଚିନ୍ତା। ବେଙ୍ଗାଲୁରୁରେ ୧୦ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ପତ୍ତା ମିଳୁନଥିବାରୁ ଏବେ ଚିନ୍ତାରେ ବୃହତ ବେଙ୍ଗାଲୁରୁ ମହାନଗରପାଳିକେ । ୧୦ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତା  ବେଙ୍ଗାଲୁରୁରେ ପହଞ୍ଚିବା ପରେ ନିଜର କରୋନା ପରୀକ୍ଷା ନକରାଇ ଖସିଯିବା ସହ ନିଜର ଫୋନ ବନ୍ଦ କରିଦେଇଛନ୍ତି।

ପୂର୍ବରୁ ଏଠାରେ ୨ଜଣ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ଜଣ ବିଦେଶୀଙ୍କୁ ନେଇ ଭୟ ବଢ଼ିଛି । କାରଣ ବିଦେଶରୁ ଫେରିଥିବା ଏହି ୧୦ଜଣଙ୍କ ପତ୍ତା ମିଳୁନି କିମ୍ବା ଏମାନଙ୍କ ଫୋନ୍ ମଧ୍ୟ ଲାଗୁନି । ଏପରି ସ୍ଥିତରେ ସେମାନଙ୍କୁ ଟ୍ରାକିଂ କରିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି । ବୃହତ ବେଙ୍ଗାଲୁରୁ ମହାନଗରପାଳିକେ ଓ ସ୍ୱାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ସହ ଯୋଗଯୋଗ କରିପାରିନାହାଁନ୍ତି ।

ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହେବା ପରେ ସେଠାରୁ ବେଙ୍ଗାଲୁରୁକୁ ୫୭ ଜଣ ଯାତ୍ରୀ ଆସି ପହଞ୍ଚିଲେଣି । ୫୭ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ କିଛି ପତ୍ତା ମିଳୁନି । ବିମାନବନ୍ଦରରେ ଆସି ପହଞ୍ଚିବା ସମୟରେ ସେମା‌ନେ ଯେଉଁ ଠିକଣା ଲେଖିଥିଲେ ସେ ସ୍ଥାନରେ ମଧ୍ୟ ସେମାନେ ନଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ରାଜ୍ୟବାସୀ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe