ହେମନ୍ତ ସୋରେନଙ୍କୁ ୧୦ ଘଣ୍ଟା ଜେରା: କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ପ୍ରଥମ ଘଟଣା

ହେମନ୍ତ ସୋରେନ୍‌ଙ୍କ ବିରୋଧରେ ଇଡିର ପ୍ରମାଣ ଦାଖଲ

OpIndia

ରାଞ୍ଚି: ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପ୍ରାୟ ୧୦ ଘଣ୍ଟା ଧରି ଜେରା କରିଛି, ଯାହା ଇତିହାସରେ ପ୍ରଥମ। ସେ ହେଉଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହା ପୂର୍ବରୁ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଇଡି ଜେରାର ସମ୍ମୁଖୀନ ହୋଇ ନାହାନ୍ତି। ହେମନ୍ତଙ୍କ ଦୁଇ ସହଯୋଗୀ ଗିରଫ ହେବା ପରେ ତାଙ୍କୁ ଜେରା କରିବା ପାଇଁ ଇଡି ନିଷ୍ପତ୍ତି ନେଇଥିଲା। ସୋରେନ ଜେରା ପାଇଁ ଯିବା ପୂର୍ବରୁ ନିଜ କାର୍ଯ୍ୟାଳୟରେ ଏକ ପ୍ରେସ୍ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ। ତା’ପରେ ଇଡି କାର୍ଯ୍ୟାଳୟରେ ଟିକିଏ ବିଳମ୍ବରେ (ଦିନ ୧୨ଟା ୦୫ରେ) ପହଞ୍ଚିଥିବା ବେଳେ ଇଡି ତାଙ୍କୁ ୧୦ ଘଣ୍ଟା କାଳ ଜେରା କରିଥିବା ଜଣାପଡ଼ିଛି। ସେ ଘରୁ ଆଣିଥିବା ଖାଦ୍ୟ ଇଡି କାର୍ଯ୍ୟାଳୟରେ ହିଁ ଖାଇଥିଲେ। ତା’ପରେ ପୁଣି ଜେରା ଆରମ୍ଭ ହୋଇଥିଲା। କାର୍ଯ୍ୟାଳୟ ବାହାରେ ସମର୍ଥକମାନଙ୍କର ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ରାଞ୍ଚିରେ ୧୫୦୦ ଯବାନଙ୍କୁ ସୁରକ୍ଷାରେ ନିୟୋଜିତ କରାଯାଇଥିଲା।

ସୂଚନାଯୋଗ୍ୟ, ବେଆଇନ ଖଣି ମାମଲାର ମୁଖ୍ୟ ଅଭିଯୁକ୍ତ ପଙ୍କଜ ମିଶ୍ରଙ୍କ ଘର ତଲାସି କରିବା ବେଳେ ଇଡି ହାତରେ ପଡ଼ିଥିଲା ଏକ ପାସବୁକ୍ ଏବଂ ଦୁଇଟି ଦସ୍ତଖତକରା ଚେକ୍ ସହ ଏକ ଚେକ ବହି। ଗତ ଜୁଲାଇ ୮ରେ ପଙ୍କଜଙ୍କ ସାହିବଗଞ୍ଜ ଘରୁ ଏହା ମିଳିଥିଲା। ଏହାପରେ ମନିଲଣ୍ଡରିଂ ମାମଲାରେ ପଙ୍କଜ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରି ପଙ୍କଜଙ୍କୁ ଗିରଫ କରାଯାଇଥିଲା। ଅନେକ ସନ୍ଦିଗ୍ଧଙ୍କ ଘର ତଲାସି ବେଳେ ହେମନ୍ତ ସୋରେନ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଡକୁମେଣ୍ଟ ଓ ଫାଇଲ ଜବତ କରାଯାଇଥିଲା। ହେମନ୍ତ ସୋରେନଙ୍କ ନିର୍ଦ୍ଦେଶରେ ବେଆଇନ ଖଣି ଖନନ କରାଯାଇଥିବା ଇଡି ପ୍ରମାଣ ପାଇଛି। ହେମନ୍ତଙ୍କ ନିର୍ଦ୍ଦେଶରେ ପଙ୍କଜ ଓ ଅନ୍ୟମାନେ କୋଟି କୋଟି ଟଙ୍କା ହେରଫେର କରୁଥିଲେ। ଏଣୁ ହେମନ୍ତଙ୍କୁ ଜେରା କରିବାକୁ ଇଡି ସମନ ଜାରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe