ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

Advertisment

ଇସ୍ତଫା ପାଇଁ ରାଷ୍ଟ୍ରପତିଙ୍କ ଉପରେ ଚାପ

ଇସ୍ତଫା ପାଇଁ ରାଷ୍ଟ୍ରପତିଙ୍କ ଉପରେ ଚାପ

ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

livemint.com

କଲମ୍ବୋ  : ଶ୍ରୀଲଙ୍କାରେ ୫ ଥର ପ୍ରଧାନମନ୍ତ୍ରୀ ହୋଇଥିବା ରାନିଲ ବିକ୍ରମସିଂଘେ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଦିନ ଶପଥ ନେଇଛନ୍ତି। ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ତାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଶ୍ରୀଲଙ୍କା ସଂସଦରେ ବିକ୍ରମସିଂଘେଙ୍କ ଦଳର ମାତ୍ର ଗୋଟିଏ ଆସନ ଥିଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି।

ଶ୍ରୀଲଙ୍କା ବିରୋଧୀ ଦଳ ନେତା ସଜିଥ ପ୍ରେମଦାସ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଗ୍ରହଣ କରିବାପରେ ବିକ୍ରମସିଂଘେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ତେବେ ସଜିଥ ରାଷ୍ଟ୍ରପତି ଗୋଟାବାୟାଙ୍କ ନିକଟରେ ୪ଟି ସର୍ତ୍ତ ରଖିଛନ୍ତି। ଏହି ୪ଟି ସର୍ତ୍ତ ମଧ୍ୟରୁ ଏକ ପ୍ରମୁଖ ସର୍ତ୍ତ ହେଉଛି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ଉଚିତ୍‌। କିନ୍ତୁ ରାଷ୍ଟ୍ରପତି ଏଥିରେ ରାଜି ହେଉ ନାହାନ୍ତି। ଅନ୍ୟପକ୍ଷେ ଆସନ୍ତା ୧୭ ତାରିଖରେ ଶ୍ରୀଲଙ୍କା ସଂସଦରେ ଗୋଟାବାୟା ରାଜପକ୍ଷେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ନେଇ ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe