ଚେନ୍ନାଇରେ ସୁସ୍ଥ ହୋଇଥିବା ୧୦ଜଣ ବ୍ୟକ୍ତି ପୁଣି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

Advertisment
ଲକ୍‌ଡାଉନ୍‌ର ୬ ମାସ ପରେ କୋଭିଡ୍‌ ସଙ୍କଟ ଜଟିଳ

Image Courtesy of NDTV

ଚେନ୍ନାଇ: ସୁସ୍ଥ ଘୋଷିତ ହେବାର କିଛି ଦିନ ବା ସପ୍ତାହ ପରେ ପୁନର୍ବାର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବାରୁ ଚେନ୍ନାଇ ସହରର ଅନ୍ୟୂନ ୧୦ଜଣ ବ୍ୟକ୍ତି ଚାରିଟି ମେଡିକାଲ୍ କଲେଜ ହସ୍ପିଟାଲ୍‌କୁ ଫେରିଛନ୍ତି। କିନ୍ତୁ, ଡାକ୍ତମାନେ କହିଛନ୍ତି ଯେ, ଏହା ପୁନଃସଂକ୍ରମଣ ବୋଲି ଦର୍ଶାଇବାକୁ ତାଙ୍କ ନିକଟରେ କୌଣସି ପ୍ରମାଣ ନାହିଁ। ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଏଭଳି ରୋଗୀମାନଙ୍କର କୌଣସି ନମ୍ବର ରେଜିଷ୍ଟ୍ରି ହୋଇନାହିଁ।

ସଂକ୍ରାମକ ରୋଗ ବିଶେଷଜ୍ଞ ଓ ଭୂତାଣୁବିତ୍‌ମ‌ାନେ କହନ୍ତି ଯେ, ନେଗେଟିଭ୍ ଘୋଷିତ ହେବାର କିଛି ଦିନ ପରେ ପୁଣି କାହିଁକି କିଛି ଲୋକଙ୍କ ଠାରେ ସାମାନ୍ୟ କିଂବା ଗୁରୁତର ଭୂତାଣୁ ଲକ୍ଷଣ ପରିଲକ୍ଷିତ ହେଉଛି ତାହା ବୁଝିବାକୁ ରାଜ୍ୟ ବୃହତ୍ତର ଜେନୋମ୍ ଅଧ୍ୟୟନ କରିବା ଆବଶ୍ୟକ। ଗତ ଦୁଇ ସପ୍ତାହ ‌ତଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ହଙ୍ଗ୍ କଙ୍ଗ୍‌ର ବୈଜ୍ଞାନିକମାନ‌େ ଅତି ଉନ୍ନତଧରଣ ପରୀକ୍ଷା କରି ପ୍ରମାଣ କରିଛନ୍ତି ଯେ, ପ୍ରତ୍ୟେକ ରୋଗୀଙ୍କର ସଂକ୍ରମଣରେ ସଂଶ୍ଳୀଷ୍ଟ ଭୂତାଣୁର ଗୁଣସୂତ୍ର ଭିନ୍ନ।

ଓମାନଦୁରାର ମେଡିକାଲ୍ କଲେଜର ଡିନ୍ ଡାକ୍ତର ଆର୍‌ ଜୟନ୍ତୀ କହିଛନ୍ତି, ଦୁଇଟି ମାମଲା ରିଆଡ୍‌ମିସନ୍ ହୋଇଥିବା ରିପୋର୍ଟ ହୋଇଛି। ଗୁଣସୂତ୍ରକୁ ପୃଥକ୍ କରି ବଶ୍ଳେଷଣ କରିବା ପରେ ହିଁ ଆମେ ପାର୍ଥକ୍ୟ ଜାଣିପାରିବୁ। ଯଦି ଗୁଣସୂତ୍ୟ ଭିନ୍ନ ଥିବ ତେବେ ଏହା ପୁନଃସଂକ୍ରମଣ ବୋଲି କୁହାଯିବ। ସମାନ ଗୁଣସୂତ୍ର ଥିବା ଭୂତାଣୁ ମଧ୍ୟ ପୁନଃସଂକ୍ରମଣ କରାଇଥାଏ।

publive-image Image Courtesy of TOI

ଏହାଛଡ଼ା ଏଗ୍‌ମ‌ୋର୍‌ସ୍ଥିତ ଚେନ୍ନାଇ ସରକାରୀ ମହିଳା ଓ ଶିଶୁ ଡାକ୍ତରଖାନାର ଅନ୍ୟୂନ ଦୁଇଜଣ ଡାକ୍ତର ମଧ୍ୟ ଗତ ମାସକ ମଧ୍ୟରେ ପଜିଟିଭ୍ ଚିହ୍ନଟ ହୋଇ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କୋଭିଡ୍-୧୯ ପଜିଟିଭ୍ ସହ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରତିଷ୍ଠାନର ନିର୍ଦେଶକ ଡାକ୍ତର ବିଜୟା କହନ୍ତି, ଦେହହାତ ବିନ୍ଧାବିନ୍ଧି ସହ ତାଙ୍କ ଠାରେ ଡେଙ୍ଗୁର ସମସ୍ତ ଲକ୍ଷଣ ଦେଖା ଦେଇଥିଲା। ଆମେ ଜାଣୁନା, ଡେଙ୍ଗୁ ଯୋଗୁଁ କୋଭିଡ୍-୧୯ ପଜିଟିଭ୍ ଆସିଥାଇ ପାରେ। କିନ୍ତୁ, ତାଙ୍କ ଠାରେ କୋଭିଡ୍-୧୯ର ଲକ୍ଷଣ ପରିଲକ୍ଷିତ ହେଉଛି।

ଅନ୍ୟ ଡାକ୍ତରଜଣକ ମେ ମାସରେ ପଜିଟିଭ୍ ହୋଇଥିଲେ ବି ଲକ୍ଷଣହୀନ ଥିଲେ। ଅଳ୍ପ କିଛିଦିନ ପରେ ତାଙ୍କ ନମୁନା ନେଭେଟିଭ୍ ବାହାରିଥିଲା। ପୁଣି ତାଙ୍କର ଜ୍ବର, କାଶ ଓ ତରଳ ଝାଡ଼ା ହେବାରୁ ସେପ୍ଟେମ୍ବର ୧ ତାରିଖ ଦିନ ନମୁନା ପରୀକ୍ଷା କରାଯାଥିଲା ଓ ସେ କୋଭିଡ୍‌-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିଲେ।

ଚିକିତ୍ସା କରାଉଥିବା ଡାକ୍ତରମାନ‌େ କହନ୍ତି ଯେ ଦ୍ବିତୀୟ ଥର ଅଧିକାଂଶ ରୋଗୀଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଛି। ଭୂତାଣୁ କେତେକ ଲୋକଙ୍କର ଫୁସ୍‌ଫୁସ୍‌ ଆକ୍ରମଣ କରୁଛି। କିନ୍ତୁ, ପୁନଃସଂକ୍ରମଣ ମାମଲାରେ ଆମେ ଏଯାବତ୍ କୌଣସି ଜଟିଳତା ବା ମୃତ୍ୟୁ ଘଟିବା ଦେଖିନାହୁଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe