ପଶ୍ଚିମବଙ୍ଗର କୂଚ୍‌ବିହାର୍‌ରେ ବିଜୁଳି ଆଘାତ ଲାଗି ୧୦ କାଉଡ଼ିଆ ମୃତ; ୧୯ ଆହତ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

କୂଚ୍‌ବିହାର୍‌: ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍‌ବିହାର୍‌ ବାଟେ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ ବିଦ୍ୟୁତ୍‌ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ସଂଗୃହୀତ ସୂଚନା ଅନୁସାରେ, ଯାତ୍ରୀମାନଙ୍କୁ ନେଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଜଲ୍ପେଶ ଅଭିମୁଖେ ଯାଉଥିଲା। ଅଘଟଣ ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ୧୬ଜଣଙ୍କୁ ଜଳପାଇଗୁଡ଼ି ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି।

ପୁଲିସ କହିଛି, ସେମାନଙ୍କୁ ଚାଙ୍ଗ୍‌ଡ଼ାବନ୍ଧା ‘ବିପିଏଚ୍‌ସି’କୁ ଅଣାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାକାର ମେଡିକାଲ୍‌ ଅଫିସର୍‌ ୧୬ଜଣ ବ୍ୟକ୍ତିଙ୍କୁ ଜଳପାଇଗୁଡ଼ି ଜିଲ୍ଲା ହସ୍ପିଟାଲ୍‌କୁ ରେଫର୍‌ କରିଥିଲେ। ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସେମାନଙ୍କର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ଆବଶ୍ୟକ। ଏହାଛଡ଼ା, ୧୦ଜଣଙ୍କୁ ମେଡିକାଲ୍‌ ଅଫିସର୍‌ ମୃତ ଘୋଷଣା କରିଛନ୍ତି।

publive-image Image Courtesy of ANI

ପୁଲିସ କହିବା ଅନୁସାରେ, ସମ୍ଭବତଃ ଭ୍ୟାନ୍‌ରେ ‘ଡିଜେ ସିଷ୍ଟମ୍‌’ ଚାଲିବା ପାଇଁ ଥିବା ଜେନେରେଟର୍‌ ତାରରେ କୌଣସି ତ୍ରୁଟି ଥିବାରୁ ଅଘଟଣ ଘଟିଛି।

ମଠଭଙ୍ଗା ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମିତ ବର୍ମା କହିଛନ୍ତି, କାଉଡ଼ିଆମାନଙ୍କୁ ନେଇ ଜଲ୍ପେଶ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ରେ ବିଜୁଳି ପ୍ରବାହିତ ହେବାରୁ ଆଜି ରାତି ୧୨ ବେଳେ ମେଖଲିଗଞ୍ଜ ଥାନା ଅନ୍ତର୍ଗତ ଧର୍ଲା ସେତୁରେ ଏଭଳି ଅଘଟଣ ଘଟିଛି। ପ୍ରାଥମିକ ତଦନ୍ତ ଅନୁସାରେ, ଗାଡ଼ିର ପଛରେ ଲାଗିଥିବା ‘ଡିଜେ ସିଷ୍ଟମ୍‌’ର ତାରରେ ତ୍ରୁଟିବିଚ୍ୟୁତି ଯୋଗୁଁ ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି।

ସମସ୍ତ ଯାତ୍ରୀ ଶୀତଳକୁଚି ଥାନା ଅଞ୍ଚଳର। ଅଭାବନୀୟ ଘଟଣା ସଂକ୍ରାନ୍ତରେ ସେମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। ପିକ୍‌ଅପ୍‌ ଭ୍ୟାନ୍‌ଟିକୁ ଜବତ କରାଯାଇଥିବା ବ‌େଳେ ଡ୍ରାଇଭର୍‌ ଖସି ପଳାଇଛି। ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତି ଅଛନ୍ତି। ଆବଶ୍ୟକ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ପୁଲିସ ସହାୟତା କରୁଛି ବୋଲି ବର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe