ଏଚଆଇଭି ପଜିଟିଭ ଥିବା ବୃଦ୍ଧାଙ୍କ କିଡନିରୁ ବାହାରିଲା ସବୁଠାରୁ ବଡ଼ ଟ୍ୟୁମର

Advertisment
ଏଚଆଇଭି ପଜିଟିଭ ଥିବା ବୃଦ୍ଧାଙ୍କ କିଡନିରୁ ବାହାରିଲା ସବୁଠାରୁ ବଡ଼ ଟ୍ୟୁମର

ନୂଆଦିଲ୍ଲୀ: ଏଚଆଇଭି ପଜିଟିଭ ଥିବା ଜଣେ ୫୯ବର୍ଷୀୟ ବୃଦ୍ଧଙ୍କ ତଳି ପେଟରେ ଯନ୍ତ୍ରଣା ଅନୁଭବ ହେଉଥିଲା। ଫଳରେ କେନ୍ୟାରୁ ଚିକିତ୍ସା ପାଇଁ ବୃଦ୍ଧା ଭାରତ ଆସିଥିଲେ। ଘରୋଇ ହସ୍ପିଟାଲର ଡାକ୍ତର ତାଙ୍କ ଶରୀର ପରୀକ୍ଷା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାରଣ ଉକ୍ତ ବୃଦ୍ଧାଙ୍କ କିଡନିରେ ୧୦କିଲୋଗ୍ରାମ ଟ୍ୟୁମର ଥିବା ଜଣାପଡ଼ିଥିଲା। ଡାକ୍ତର ସଫଳ ଅସ୍ତ୍ରୋପଚାର କରି ରୋଗୀଙ୍କୁ ସୁସ୍ଥ କରିଥିଲେ। ଦାବି କରାଯାଉଛି କି ଏଯାବତ ଦେଶରେ ରୋଗୀଙ୍କ କିଡନିରୁ ବାହାର କରାଯାଇଥିବା ଟ୍ୟୁମର ମଧ୍ୟରୁ ଏହା ସବୁଠାରୁ ବଡ଼।

ଡାକ୍ତର ଏହି ଅସ୍ତ୍ରୋପଚାର ପାଇଁ ସାଢ଼େ ଆଠଘଣ୍ଟାରୁ ଅଧିକ ସମୟ ନେଇଥିଲେ। ବୃଦ୍ଧାଙ୍କ କିଡନିରୁ ବାହାର କରାଯାଇଥିବା ଟ୍ୟୁମର ୪୦ସେଣ୍ଟିମିଟର ଲମ୍ବ ଥିବା ବେଳେ ୩୦ ସେଣ୍ଟିମିଟର ମେଟେଇ ରହିଥିଲା। ଟ୍ୟୁମର ଆକାର ଏକ ସାମାନ୍ୟ ଲାପଟପ ଆକାର ଭଳି ଥିଲା ବୋଲି ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି।

ଏହି ଟ୍ୟୁମର ବୃଦ୍ଧାଙ୍କ ପେଟର ସମସ୍ତ ଅଂଶକୁ ଆଚ୍ଛାଦିତ କରିଥିଲା। ଚିନ୍ତାର କାରଣ ଏହା ଥିଲା କି ବୃଦ୍ଧା ଜଣକ ଏଚଆଇଭି ପଜିଟିଭ ଥିଲେ। ତେଣୁ ଅସ୍ତ୍ରୋପଚାର ସମୟରେ ଡାକ୍ତରମାନଙ୍କୁ ଅଧିକ ଯତ୍ନଶୀଳ ହେବାକୁ ପଡ଼ିଥିଲା। ଏହି ସଫଳ ଅସ୍ତ୍ରୋପଚାର ଦିଲ୍ଲୀର ଶାଳିମାର ବାଗସ୍ଥିତ ମେକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲରେ କରାଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ୨୦୧୭ ମସିହାରେ ୭.୪ କିଲୋଗ୍ରାମର କିଡନି ଟ୍ୟୁମର ବାହାରିଥିଲା। ଏହା ସେହି ସମୟର ସବୁଠାରୁ ବଡ଼ ଟ୍ୟୁମର ବୋଲି କୁହାଯାଉଥିଲା। ସମ୍ପ୍ରତି ବୃଦ୍ଧଙ୍କ ଶରୀରରୁ ବାହାରିଥିବା ୧୦କିଲୋଗ୍ରାମ ଟ୍ୟୁମର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe