ବିଳାସପୁର: ଛତିଶଗଡ଼ ବିଲାସପୁର ଲାଲଖାଦାନ ନିକଟରେ ଟ୍ରେନ ଟ୍ରାଜେଡି ଘଟଣା । ମାଲବାହୀ ଟ୍ରେନକୁ ଯାତ୍ରବାହୀ ଟ୍ରେନ୍ ଧକ୍କା ଦେବା ପରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସମୟର ସବୁଠାର ବଡ଼ ଖବର । ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାଲବାହୀ ଟ୍ରେନକୁ ମେମୁ ଟ୍ରେନଟି ପଛରୁ ମାଡ କରିବା ପରେ ଟ୍ରେନଟି ମାଲବାହୀ ଟ୍ରେନ ଉପରେ ଚଢିଯିବା କାରଣରୁ ଟ୍ରେନର ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋପାଇଲଟ ଏବଂ ଟ୍ରେନ୍ ମ୍ୟାନେଜରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
/filters:format(webp)/sambad/media/media_files/2025/11/04/death-after-train-derailed-2025-11-04-18-59-03.jpg)
-ବିଳାସପୁର ଟ୍ରେନ୍ ଦୁର୍ଘଟଣା: ୧୦ଜଣ ମୃତ୍ୟୁ ସୂଚନା
— Sambad (ସମ୍ବାଦ) (@sambad_odisha) November 4, 2025
-୨୦ ଜଣ ଛତିଶଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି
-୨ଜଣ ଗୁରୁତରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି
-ମାଲବାହୀ ଟ୍ରେନ୍ର ଗାର୍ଡ ଡେଇଁ ଜୀବନ ବଞ୍ଚାଇଲେ
-ବାହାର ଲୋକଙ୍କୁ ଘଟଣାସ୍ଥଳକୁ ଯିବାକୁ ଦିଆଯାଉନାହିଁ
-ଜାରି ରହିଛି ଉଦ୍ଧାର କାର୍ଯ୍ୟ#BilaspurTrainAccident… https://t.co/nwb2aE0bzg
ମାଲବାହୀ ଟ୍ରେନ୍ର ଗାର୍ଡ ଫେରାର
ସେପଟେ ଦୁର୍ଘଟଣାରେ ୨୦ ଜଣ ଆହତ ହୋଇ ଛତିଶଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨ ଜଣ ଗୁରୁତରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ପରେ ମାଲବାହୀ ଟ୍ରେନ୍ର ଗାର୍ଡ ଫେରାର ଅଛନ୍ତି । ଦୁର୍ଘଟଣାସ୍ଥଳକୁ ଖାଲି କରାଯାଇଛି। ବାହାର ଲୋକଙ୍କୁ ଘଟଣାସ୍ଥଳକୁ ଯିବାକୁ ବାରଣ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ୟାସ କଟରରେ ଲୁହା କାଟି ଲୋକଙ୍କୁ ଟ୍ରେନ ଭିତରୁ ବାହାର କରାଯାଉଛି ।
ବିଳାସପୁରଟ୍ରେନ୍ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ୍ ନମ୍ବର#BilaspurTrainAccident#Chhattisgarh#TrainAccident#Sambadpic.twitter.com/Ip6WhAXM9m
— Sambad (ସମ୍ବାଦ) (@sambad_odisha) November 4, 2025
ଆହୁରି ପଢନ୍ତୁ-
କ୍ଷତିପୂରଣ ରାଶି ଘୋଷଣା
ଅନ୍ୟପଟେ ଦୁର୍ଘଟଣା ପରେ କ୍ଷତିପୂରଣ ରାଶି ଘୋଷଣା ହୋଇଛି । ରେଲଓ୍ୱେ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି । ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା ହୋଇଛି ।
ଆହୁରି ପଢନ୍ତୁ-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/04/10-killed-in-train-accident-2025-11-04-19-46-42.jpg)