ବିଳାସପୁର: ଛତିଶଗଡ଼ ବିଳାସପୁର ନିକଟରେ ଟ୍ରେନ୍ ଦୁର୍ଘଟଣାରେ ଆସୁଛି ଲଗାତାର ଅପଡେଟ୍ । ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କାହିଁକି ଟ୍ରାକ୍ ଉପରେ ଘଟିଲା ଏତେ ବଡ଼ ଦୁର୍ଘଟଣା, ସାମ୍ନାକୁ ଆସିଲା କାରଣ । ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡିଛି ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାର କାରଣ ।

Advertisment

ଏଥିପାଇଁ ଘଟିଲା ଦୁର୍ଘଟଣା

ତେବେ ଦକ୍ଷିଣ ପୂର୍ବ ମଧ୍ଯ ରେଲଓ୍ୱେର ପ୍ରାରମ୍ଭିକ ସୂଚନା ଅନୁସାରେ ମେମୁ ଟ୍ରେନ ସିଗନାଲ ଭାଙ୍ଗିବାରୁ ଦୁର୍ଘଟଣା ହୋଇଛି । ଟ୍ରେନଟି ସିଗନାଲ ନମାନି ଆଗକୁ ମାଡ଼ିଯିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଲା । ମାଲବାହୀ ଟ୍ରେନକୁ ଯାତ୍ରୀବାହୀ ଟ୍ରେନ ପଛରୁ ପିଟିବାରୁ ଏଭଳି ଘଟିଥିବା କୁହାଯାଉଛି । 

ଦୁର୍ଘଟଣା ପରର ସ୍ଥିତି...

ଭୟଙ୍କର ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି । ଉକ୍ତ ରୁଟରେ ଯାଉଥିବା ସମସ୍ତ ଟ୍ରେନକୁ ବନ୍ଦ କରିଦିଆଯାଇଛି । ତେବେ ମାଲବାହୀ ଟ୍ରେନ୍ ଉପରେ ଯାତ୍ରୀବାହୀ ଟ୍ରେନ ଚଢ଼ିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳୁଛି । ଦୁର୍ଘଟଣାରେ ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ବିଳାସପୁର ଷ୍ଟେସନ ନିକଟରେ ୪ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର ଉଦ୍ୟମ ଜାରି ରହିଛି ।

ଆହୁରି ପଢନ୍ତୁ-

🔴LIVE | Bilaspur Train Accident: ଛତିଶଗଡ଼ରେ ଛାତିଥରା ଟ୍ରେନ୍ ଦୁର୍ଘଟଣା: ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ୍, ୬ ମୃତ

ଅଧିକ ପଢନ୍ତୁ-

Bhubaneswar Smart City Limited: ସବୁଜ ସୌନ୍ଦର୍ଯ୍ୟକରଣ ପରିବେଶ ଅନୁକୂଳ ପଦକ୍ଷେପ ବିଫଳ: ଜନପଥରେ ବାଉଁଶ ବ୍ୟାରିକେଡ୍ ବଦଳରେ ଲାଗିବ ଷ୍ଟିଲ୍ ଗ୍ରୀଲ୍