ଖାରକିଭରେ ଗୋଳାବର୍ଷା, ୧୦ ମୃତ: ମାରିୟୁପୋଲ୍‌ରେ ୧,୦୦୦ରୁ ଅଧିକ ୟୁକ୍ରେନ୍‌ ସୈନିକଙ୍କ ଆତ୍ମସମର୍ପଣ

Advertisment
ଖାରକିଭରେ ଗୋଳାବର୍ଷା, ୧୦ ମୃତ: ମାରିୟୁପୋଲ୍‌ରେ ୧,୦୦୦ରୁ ଅଧିକ ୟୁକ୍ରେନ୍‌ ସୈନିକଙ୍କ ଆତ୍ମସମର୍ପଣ

BBC

କିବ୍‌ : ୟୁକ୍ରେନ୍‌ର ଖାରକିଭରେ ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍‌ର ଗୋଳାବର୍ଷା ଏବଂ ର‌କେଟ୍‌ ମାଡ଼ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଖାରକିଭରେ ଗତ କିଛି ଦିନ ପୂର୍ବେ ଗୋଳାମାଡ଼ ‌ଯୋଗୁଁ ଆହତ ହୋଇଥିବା ଜଣେ ଶିଶୁର ଆଜି ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଛି। ଖାରକିଭର ରିଜିଓନାଲ ଗଭର୍ଣ୍ଣର ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଇଷ୍ଟୋନିଆ ସଂସଦରେ ଉଦ୍‌ବୋଧନ ଦେଇ କହିଛନ୍ତି, ରୁଷ୍‌ ୟୁକ୍ରେନ୍‌ରେ ଫରଫରସ ବୋମା ବ୍ୟବହାର କରିଛି।

ଅନ୍ୟପକ୍ଷରେ ମାରିୟୁପୋଲ୍‌ରେ ୧ ହଜାରରୁ ଅଧିକ ସୈନିକ ଆତ୍ମସମର୍ପଣ କରିଛନ୍ତି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ମାରିୟୁପୋଲ୍‌ରେ ୩୬ତମ ମେରାଇନ୍‌ ବ୍ରିଗେଡ୍‌ର ୧,୦୨୬ ଜଣ ସୈନିକ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଛନ୍ତି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛନ୍ତି। କିନ୍ତୁ ୟୁକ୍ରେନ୍‌ ଏହାକୁ ଖଣ୍ଡନ କରିଛି। ୟୁକ୍ରେନ ରାଷ୍ଟ୍ରପତିଙ୍କର ଜଣେ ଶୀର୍ଷ ପରାମର୍ଶଦାତା କହିଛନ୍ତି, ସହରର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି। ଅନ୍ୟପକ୍ଷେ ଆଜି ୟୁକ୍ରେନ୍‌ରେ କିଛି ବି ମାନବୀୟ କରିଡର ଖୋଲି ପାରିନି ବୋଲି ୟୁକ୍ରେନ୍‌ର ଉପ ପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକେ କହିଛନ୍ତି। ଡୋନେସ୍କରେ ରୁଷ୍‌ର ମିସାଇଲ୍‌ ଆକ୍ରମଣ ଯୋଗୁଁ ୭ ଜଣ ଆହତ ହୋଇଛନ୍ତି। ଦକ୍ଷିଣ ପୂର୍ବ ସହର ମାରିୟୁପୋଲ୍‌ରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ରୁଷ୍‌ ସେନା ମାରିୟୁପୋଲ୍‌କୁ ସମ୍ପୂର୍ଣ୍ଣ ଦଖଲ କରିସାରିଛନ୍ତି। ଗୋଳାବର୍ଷା ଏବଂ ବୋମାବର୍ଷା କୌଣସି ସମୟରେ ବି ବନ୍ଦ ନାହିଁ। ମାରିୟୁପୋଲ୍‌ରେ ଖାଦ୍ୟ ଏବଂ ପାନୀୟ ଜଳ ନଥିବାରୁ ଲକ୍ଷାଧିକ ଲୋକଙ୍କ ଜୀବନ ଘୋର ସଙ୍କଟ ଦେଇ ଗତି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe