Image Courtesy of Iran Press
ବାଗ୍ଦାଦ୍: ଇରାକ୍ ଅନ୍ତର୍ଗତ ପୂର୍ବ ବାଗ୍ଦାଦ୍ରେ ଶନିବାର ଦିନ ଗୋଟାଏ ବିସ୍ଫୋରଣ ଯୋଗୁଁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ନିରାପତ୍ତା ଓ ଡାକ୍ତରଖାନାସୂତ୍ରରୁ ଜଣାପଡ଼ିଛି।
ସରକାରୀ କର୍ତ୍ତୃପକ୍ଷମାନେ ଔପଚାରିକ ଭାବେ ବିସ୍ଫୋରଣର କାରଣ ବିଷୟରେ ସୁନିଶ୍ଚିତ କରି ନ ଥିଲେ ବି ନିରାପତ୍ତା ବିଭାଗସୂତ୍ରରୁ ସୂଚନା ମିଳିଛି ଯେ, ଗୋଟାଏ ଯାନରେ ବିସ୍ଫୋରକ ଉପକରଣଟିଏ ଖଞ୍ଜା ଯାଇଥିଲା। ତାହା ଖସିପଡ଼ି ଫାଟିଯିବାରୁ ପାଖ ଗ୍ୟାରେଜ୍ ନିକଟରେ ଥିବା ଗୋଟାଏ ଗ୍ୟାସ୍ ଟ୍ୟାଙ୍କର୍ ଫାଟିଗଲା।
Image Courtesy of India Todayମୃତାହତମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସୌଖିନ୍ ଫୁଟ୍ବଲ୍ ଖେଳାଳି। ଡାକ୍ତରୀସୂତ୍ରରୁ ମିଳିଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ୧୨ଜଣଙ୍କର ମୃତ୍ୟୁ ଘଟିଛି।
ବିସ୍ଫୋରଣ ପ୍ରକୋପରେ ଆଖପାଖରେ ଥିବା ଘରର କବାଟ ଓ ଝରକା ଭାଙ୍ଗି ଯିବା ସହ ଅନ୍ୟ କେତେକ ଯାନବାହନ ମଧ୍ୟ ନଷ୍ଟ ହୋଇଛି।
ନିରାପତ୍ତା ବଳର କମାଣ୍ଡର୍ ଅହମଦ୍ ସଲିମ୍ କହିଛନ୍ତି, ଏହା ଆତଙ୍କବାଦ କାର୍ଯ୍ୟ ନୁହେଁ, ଗୋଟାଏ ଦୁର୍ଘଟଣା। କିନ୍ତୁ, ସେ ଏ ସଂକ୍ରାନ୍ତରେ ଆଉ କିଛି ବିବୃତି ବା ତଥ୍ୟ ଦେଇ ନାହାନ୍ତି।
ଇରାକ୍ର ରାଷ୍ଟ୍ରପତି ଅବ୍ଦୁଲ୍ ଲତିଫ୍ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏହି ଅଘଟଣ ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉପଯୁକ୍ତ ତଦନ୍ତ କରାଯିବ।
Follow Us