୧୨ ଦିନରେ ୧୦ ଲକ୍ଷ ଆକ୍ରାନ୍ତ: ମୃତ୍ୟୁ ହାର ୧.୫୭%କୁ ହ୍ରାସ, ଆରୋଗ୍ୟ ୫୦ ଲକ୍ଷ ପାର୍‌

Advertisment

ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ ହଜାର, ଆରୋଗ୍ୟ ହାର ୮୨.୫୮%କୁ ବୃଦ୍ଧି

ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ ହଜାର, ଆରୋଗ୍ୟ ହାର ୮୨.୫୮%କୁ ବୃଦ୍ଧି

ଦେଶରେ ସଂକ୍ରମଣ ୭୭ ଲକ୍ଷ ଟପିଲା, ଜାତୀୟ ଆରୋଗ୍ୟ ହାର ୮୯.୨୦କୁ ବୃଦ୍ଧି

Voice of America

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୬୦ ଲକ୍ଷ ଓ ଆରୋଗ୍ୟଙ୍କ ସଂଖ୍ୟା ୫୦ ଲକ୍ଷ ଟପିଯାଇଛି। ଏଥିଯୋଗୁ ଦେଶରେ ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ତଳକୁ ହ୍ରାସ ପାଇ ୯,୬୨,୬୪୦ରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୨,୧୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୯ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୭୪,୭୦୨ରେ, ଆରୋଗ୍ୟଙ୍କ ସଂଖ୍ୟା ୫୦,୧୬,୫୨୦ରେ ଏବଂ ମୃତ୍ୟସଂଖ୍ୟା ୯୫,୫୪୨ରେ ପହଞ୍ଚିଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୮୨.୫୮ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ କରୋନା ମୃତ୍ୟୁ ହାର ୧.୫୭ ପ୍ରତିଶତକୁ କମିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆଇସିଏମଆର ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭.୦୯ ଲକ୍ଷ ନମୁନା ପରୀକ୍ଷା ହୋଇଛି। ଫଳରେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୭.୨୦ କୋଟିରେ ପହଞ୍ଚି ଯାଇଛି। ଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ଦିନଠାରୁ ୧ ଲକ୍ଷ ସଂଖ୍ୟାରେ ପହଞ୍ଚିବା ଲାଗି ୧୧୦ ଦିନ ସମୟ ଲାଗିଥିଲା। ତେବେ ୧୦ ଲକ୍ଷରେ ପହଞ୍ଚିବା ଲାଗି ୫୯ ଦିନ ଲାଗିଥିଲା। ୧୦ ଲକ୍ଷରୁ ୨୦ ଲକ୍ଷରେ ପହଞ୍ଚିବା ଲାଗି ୨୧ ଦିନ, ୨୦ ଲକ୍ଷରୁ ୩୦ ଲକ୍ଷରେ ପହଞ୍ଚିବା ଲାଗି ୧୬ ଦିନ, ୩୦ ଲକ୍ଷରୁ ୪୦ ଲକ୍ଷରେ ପହଞ୍ଚିବା ଲାଗି ୧୩ ଦିନ, ୪୦ ଲକ୍ଷରୁ ୫୦ ଲକ୍ଷରେ ପହଞ୍ଚିବା ଲାଗି ୧୧ ଦିନ ଲାଗିଥିଲା। କିନ୍ତୁ ଏବେ ୫୦ ଲକ୍ଷରୁ ୬୦ ଲକ୍ଷ ପହଞ୍ଚିବା ଲାଗି ୧୨ ଦିନ ସମୟ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe