୧୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟାଙ୍କରୁ ଉଠାଣ କଲେ ଦେବାକୁ ପଡ଼ିପାରେ ଟିକସ!

Advertisment
୧୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟାଙ୍କରୁ ଉଠାଣ କଲେ ଦେବାକୁ ପଡ଼ିପାରେ ଟିକସ!

photo-amazonews.com

ନୂଆଦିଲ୍ଲୀ: ଯଦି ଆପଣ ବର୍ଷକୁ ୧୦ ଲକ୍ଷରୁ ଅଧିକ ଟଙ୍କା ବ୍ୟାଙ୍କରୁ ଉଠାଉଥାନ୍ତି,ତେବେ ଏଥର ଆପଣଙ୍କୁ ଟିକସ ଦେବାକୁ ପଡ଼ିପାରେ। କେନ୍ଦ୍ର ସରକାର ଏଥିନେଇ କୌଣସି ନୂତନ ନିୟମ ନୀତି ପ୍ରଣୟନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଏହା ଜରିଆରେ କାଗଜ ଟଙ୍କାର ପ୍ରୟୋଗ କମ୍‌ କରିବା ସହିତ କଳାଧନ ଉପରେ ଅଙ୍କୁଶ ଲଗାଇବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ଡିଜିଟାଲ୍‌ ନେଣଦେଣ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛନ୍ତି ସରକାର।

publive-image photo-hindustan times

ଯେଉଁଭଳି ୫୦ ହଜାର ଟଙ୍କାରୁ ଅଧିକ ପରିମାଣର ଅର୍ଥ ଜମା କଲେ ପ୍ୟାନ୍‌ ନମ୍ବର ଦେବା ବାଧ୍ୟତାମୂଳକ ,ଠିକ୍‌ ସେହିପରି ୧୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଉଠାଇଲେ ଆଧାର ନମ୍ବର ଦେବା ବି ବାଧ୍ୟତାମୂଳକ ହେବ ବୋଲି କୁହାଯାଉଛି। ଆସନ୍ତା ବଜେଟ୍‌ରେ ଏହି ପ୍ରସ୍ତାବ ଉପସ୍ଥାପିତ ହେବାର ସମ୍ଭାବନା ରହିଛ। ତେବେ ସରକାରୀ ସୂତ୍ରରୁ ସୂଚନା ମିଳିଛି ଯେ,ଏଯାଏଁ ଏ ସଂପର୍କରେ କୌଣସି ଅନ୍ତିମ ନିଷ୍ପତ୍ତି ହୋଇନାହିଁ। ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଉପରେ ଟିକସ ବୋଝ ଲଦିବାକୁ ଦିଆଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe