ଇସ୍ରାଏଲ୍‌ ବୋମା ମାଡ଼ରେ ମରିଛନ୍ତି ଗାଜାରେ ପଣବନ୍ଦୀ ଥିବା ୧୦ ମାସର ଛୁଆ ଓ ତା’ର ପରିବାର: ହମାସ୍‌

Advertisment
ଇସ୍ରାଏଲ୍‌ ବୋମା ମାଡ଼ରେ ମରିଛନ୍ତି ଗାଜାରେ ପଣବନ୍ଦୀ ଥିବା ୧୦ ମାସର ଛୁଆ ଓ ତା’ର ପରିବାର: ହମାସ୍‌

Image Courtesy of India Today

ଗାଜା ସିଟି: ପୂର୍ବରୁ ଇସ୍ରାଏଲ୍‌ କରିଥିବା ବୋମା ମାଡ଼ରେ ଗାଜାରେ ଅଟକ ଥିବା ସର୍ବକନିଷ୍ଠ ପଣବନ୍ଦୀ ୧୦ ବର୍ଷିୟ କଫିୟର୍‌ ବିବାସ୍‌ ଓ ତା’ ପରିବାରବର୍ଗଙ୍କର ମୃତ୍ୟୁ ଘଟିଥିବା କଥା ବୁଧବାର ଦିନ ଆତଙ୍କବାଦୀ ସଙ୍ଗଠନ ହମାସ୍‌ କହିଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ଇସ୍ରାଏଲ୍‌ର ବିମାନ ଆକ୍ରମଣଦ୍ବାରା କଫିୟର୍‌ର ୪ ବର୍ଷିୟ ଭାଇ ଏରିଏଲ୍‌ ବିବାସ୍‌ ଓ ସେମାନଙ୍କ ମାଆ ଶିରି ବିବାସଙ୍କର ମଧ୍ୟ ମୃତ୍ୟୁ ଘଟିଛି ବୋଲି ହମାସ୍‌ କହିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଇସ୍ରାଏଲୀୟ ସେନା କହିଛି, ହମାସ୍‌ କହୁଥିବା କଥାକୁ ଯାଞ୍ଚ କରାଯାଉଛି। ଗାଜା ଷ୍ଟ୍ରିପ୍‌ରେ ସମସ୍ତ ପଣବନ୍ଦୀଙ୍କ ସୁରକ୍ଷା ଦାୟିତ୍ବ ସମ୍ପୂର୍ଣ୍ଣ ରୂପେ ହମାସ୍‌ର।

ମଙ୍ଗଳବାର ଦିନ ଇସ୍ରାଏଲ୍‌ର ସେନା ମୁଖପାତ୍ର ରିୟର୍‌ ଆଡ୍‌ମିରାଲ୍‌ ଡାନିଏଲ୍‌ ହାଗାରି କହିଥିଲେ ଯେ, କଫିୟର୍‌, ଏରିଏଲ୍‌ ଓ ସେମାନଙ୍କ ପିତାମାତାଙ୍କୁ ହମାସ୍‌ ଅନ୍ୟ ଏକ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନକୁ ହସ୍ତାନ୍ତର କରିଛି।

publive-image Image Courtesy of Sky News

ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ ଏଭିଚେ ଆଡ୍ରାଇ ନାମରେ ଆଉ ଜଣେ ସେନା ମୁଖପାତ୍ର କହିଛନ୍ତି, ଗାଜା ଷ୍ଟ୍ରିପ୍‌ର ଦାକ୍ଷିଣାତ୍ୟରେ ଥିବା ଖାଁ ୟୁନିସ୍‌ ଅଞ୍ଚଳରେ ଉକ୍ତ ପରିବାର ଥିଲେ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୭ ତାରିଖ ଦିନ ଅତର୍କିତ ଆକ୍ରମଣ ସମୟରେ ହମାସ୍‌ ଆତଙ୍କବାଦୀମାନେ ଶିଶୁ କଫିୟର୍‌, ତା’ର ଭାଇ ଏରିଏଲ୍‌ ଓ ସେମାନଙ୍କ ପିତାମାତା ୟାର୍ଡେନ୍‌ ଓ ଶିରିଙ୍କୁ ଦକ୍ଷିଣ ଇସ୍ରାଏଲ୍‌ର ଫାର୍ମ (ଖମାର) ନିର୍‌ ଓଜ୍‌ରୁ ଧରି ନେଇଥିଲେ।

ଇସ୍ରାଏଲ୍‌ କହିଛି, ସେଦିନ ହମାସ୍‌ ଧରି ନେଇ ପଣବନ୍ଦୀ ରଖିଥିବା ୨୪୦ଜଣଙ୍କ ମଧ୍ୟରେ କଫିୟର୍‌ ହେଉଛି ସର୍ବକନିଷ୍ଠ। ହମାସ୍‌ ସେମାନଙ୍କୁ ଧରି ନେଉଥିବା ସମୟର ଭିଡିଓ କ୍ଲିପ୍‌ ମଧ୍ୟ ରହିଛି ବୋଲି ‘ରଏଟର୍ସ’ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe