Image Source: Zee News
ଲସ୍ ଏଞ୍ଜେଲ୍ସ୍: ବୁଧବାର ଦିନ ଆମେରିକାର ଦୁଇଟି ବୃହତ୍ ସହରରେ ଆଉ ୧୦ଜଣ କରୋନାଭାଇରସ୍ ଆକ୍ରାନ୍ତ ଜଣାପଡ଼ିବା ପରେ ଲସ୍ ଏଞ୍ଜେଲ୍ସ୍ରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଆକ୍ରାନ୍ତ ନୂଆ ୧୦ଜଣଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ଲସ୍ ଏଞ୍ଜେଲ୍ସ୍ର ପଶ୍ଚିମ ତଟ ଅଞ୍ଚଳର। ବାକି ୪ଜଣ ଆକ୍ରାନ୍ତ ବ୍ୟକ୍ତି ହେଉଛନ୍ତି ନ୍ୟୁୟର୍କ ସହରର।
ଯୁକ୍ତରାଷ୍ଟ୍ର ଆମେରିକାରେ ‘କୋଭିଡ୍-୧୯’ ଆକ୍ରାନ୍ତଙ୍କ ମଧ୍ୟରୁ ନଅଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆହୁରି ୧୩୦ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।
ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ଅନୁସାରେ, ପୂର୍ବରୁ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ନିବିଡ଼ ସଂସ୍ପର୍ଶରେ ଆସିବାରୁ ଲସ୍ ଏଞ୍ଜେଲ୍ସ୍ର ଏହି ବ୍ୟକ୍ତିମାନଙ୍କ ଦେହରେ ଭୂତାଣୁ ସଂକ୍ରମିତ ହୋଇଛି। ଏମାନଙ୍କ ମଧ୍ୟରୁ ତିନି ଜଣ ବ୍ୟକ୍ତି ଉତ୍ତର ଇଟାଲି ଯାଇଥିଲେ। କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ନିଜ ପରିବାର ଲୋକଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ବାକି ଦୁଇ ଜଣଙ୍କ ଦେହକୁ କରୋନାଭାଇରସ୍ ଆସିଛି। ଅନ୍ୟ ଜଣେ ବ୍ୟକ୍ତି ପର୍ଯ୍ୟଟକଙ୍କ ସହ ମିଳାମିଶା କରି କରୋନାଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
Image Source: ABC Newsଜରୁରୀ ପରିସ୍ଥିତି ଜାରି କରିଥିବା ଲସ୍ ଏଞ୍ଜେଲସ୍ କାଉଣ୍ଟି ଅଧିକାରୀମାନେ କହିଛନ୍ତି ଯେ ଲୋକମାନଙ୍କୁ ଆତଙ୍କିତ କରିବା ଜରୁରୀ ପରିସ୍ଥିତି ଘୋଷଣାର ଉଦ୍ଦେଶ୍ୟ ନୁହେଁ। ଭୂତାଣୁ ସଂକ୍ରମଣ ପ୍ରତିହତ କରିବାକୁ ଦେଶ ପ୍ରସ୍ତୁତ ବୋଲି ଜଣାଇବା ଲାଗି ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।
Follow Us