ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଗଣତନ୍ତ୍ର ଦିବସରେ ପ୍ରଦାନ କରାଯାଉଥିବା ପୁଲିସ ପଦକ ପାଇଁ ମନୋନୀତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ଦେଶର ସମୁଦାୟ ୭୯୫ ଜଣ ପୁଲସ କର୍ମୀଙ୍କୁ ମେଡାଲ ପ୍ରଦାନ କରାଯିବା ଲାଗି ସ୍ଥିର ହୋଇଥିବାବେଳେ ଏହି ତାଲିକାରେ ଓଡ଼ିଶାରୁ ୧୦ ଜଣଙ୍କ ନାଁ ରହିଛି।
ପୁଲିସ ସାହସିକତା ପାଇଁ ଓଡ଼ିଶାର ଯେଉଁ ତିନି ଜଣ ପୁଲିସ କର୍ମୀ ପୁରସ୍କୃତ ହେବେ ସେମାନେ ହେଲେ କନେଷ୍ଟବଳ ଅନନ୍ତ କାହାକା, କନେଷ୍ଟବଳ ଟି. ଶବର ଓ କନେଷ୍ଟବଳ କୁମାର ହୁଇକା। ସେହିପରି ଉଲ୍ଲେଖନୀୟ ସେବା ପଦକ ପାଇଁ ଓଡ଼ିଶାରୁ ଚୟନ ହୋଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ସହକାରୀ ସବ୍୍ ଇନିିସ୍ପେକ୍ଟର ବି. ଦୁର୍ଗାପ୍ରସାଦ ରାଓ, ଏଏସ୍ଆଇ ଏସ୍.କେ ଅନ୍ଓ୍ଵର, ହାବିଲଦାର ସୁଧାଂଶୁ ମୋହନ ଦେହୁରି, କନେଷ୍ଟବଳ ଶତ୍ରୁଘ୍ନ ବରାଳ, କନେଷ୍ଟବଳ ନରେନ୍ଦ୍ର ପାଲ୍, କନେଷ୍ଟବଳ ଭି. ନାଗେଶ୍ୱର ରାଓ ଓ ସିପାହୀ ସଂଜୟ କୁମାର ରାୟ। ତେବେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ତାଲିକାରେ ଓଡ଼ିଶାର କୌଣସି ଆଇପିଏସ୍ ଅଧିକାରୀ ସାମିଲ ନାହାନ୍ତି। ପୁଲିସ୍ ମେଡାଲ ବ୍ୟତୀତ ଆଜି ଘୋଷଣା କରାଯାଇଥିବା ଜେଲ୍ କର୍ମଚାରୀଙ୍କ ପଦକ ତାଲିକାରେ ଉଲ୍ଲେଖନୀୟ ସେବାପାଇଁ ଓଡ଼ିଶାର ଚିତ୍ତରଂଜନ ମହାନ୍ତି ଓ ବିରଞ୍ଚି ନାରାୟଣ ବେହେରାଙ୍କ ନାମ ରହିଛି ।
Follow Us