ବର୍ଷକରେ ୧୦ ଅଫିସରଙ୍କୁ ବରଖାସ୍ତ କରିଛନ୍ତି ମୋଦୀ ସରକାର

Advertisment

୫୨ ଗେଜେଟେଡ୍‌, ୪୧୧୪ ଅଣ ଗେ‌ଜେଟେଡ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

୫୨ ଗେଜେଟେଡ୍‌, ୪୧୧୪ ଅଣ ଗେ‌ଜେଟେଡ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବର୍ଷକରେ ୧୦ ଅଫିସରଙ୍କୁ ବରଖାସ୍ତ କରିଛନ୍ତି ମୋଦୀ ସରକାର

The Sentinel Assam

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସିବା ପରେ ଗେଜେଟେଡ୍ ଅଫିସରମାନଙ୍କ ବିରୋଧରେ ସବୁଠାରୁ ବେଶି କଡ଼ା କାର୍ଯ୍ୟାନୁଷ୍ଠାନ ୨୦୨୧ରେ ନିଆଯାଇଥିବା ଗୃହ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଗୃହ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟଗୁଡ଼ିକର ବିଶ୍ଳେଷଣରୁ ଜଣାପଡ଼ିଛି, ଗତବର୍ଷ ସବୁଠୁ ଅଧିକ ୧୦ ଜଣ ଅଫିସରଙ୍କୁ ବରଖାସ୍ତ କରାଯାଇଛି। ୨୦୧୯ ଓ ୨୦୨୦ରେ ମାତ୍ର ଦୁଇ ଜଣ ଲେଖାଏ ଚାକିରିରୁ ବିଦା ହୋଇଥିଲେ। ୨୦୧୮ରେ ୫ ଜଣଙ୍କୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା। ୨୦୧୭ରେ ମାତ୍ର ଜଣଙ୍କୁ ଚାକିରିରୁ ବିଦା କରାଯାଇଥିଲା। ପୂର୍ବ ବର୍ଷମାନଙ୍କରେ ମଧ୍ୟ ୪ରୁ ଅଧିକ ଅଫିସରଙ୍କୁ ଚାକିରି ହରାଇବାକୁ ପଡ଼ିନାହିଁ।

୨୦୨୧ରୁ ପ୍ରତି ସପ୍ତାହରେ ହାରାହାରି ଜଣେ ଗେଜେଟେଡ୍ ଅଫିସରଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ବାରା କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ୁଛି। ଯୌନ ଅସଦାଚରଣ ଅଭିଯୋଗରେ ବରିଷ୍ଠ ଆଇଏଏସ୍ ଅଫିସର ‌ଜିତେନ୍ଦ୍ର ନାରାୟଣଙ୍କ ନିଲମ୍ବନ ଘଟଣା ସେଥିମଧ୍ୟରୁ ଅନ୍ୟତମ।

ଗୃହ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ଅନୁସାରେ ଏପ୍ରିଲ ୧ରୁ ଡିସେମ୍ବର ୩୧, ୨୦୨୧ ଭିତରେ ଗେଜେଟେଡ୍ ଅଫିସରମାନଙ୍କ ବିରୋଧରେ ୨୩୭ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମାମଲା ଏବଂ ୨୪୯ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ୨୦୨୧ରେ ୪୮ଟି ମାମଲାରେ ୫୨ ଜଣ ଗେଜେଟେଡ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ୨୦୨୧ରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଅଣଗେଜେଟେଡ୍ ଅଫିସରଙ୍କ ସଂଖ୍ୟା ସବୁଠାରୁ ଅଧିକ, ମୋଟ ୪,୧୧୪। କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଦରମା କଟାଯାଇଛି। ପ୍ରାୟ ୧୯ ଜଣ କେନ୍ଦ୍ର ସରକାରୀ ଅଧିକାରୀଙ୍କର ପଦାବନତି ବା ଦରମା ହ୍ରାସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe