ନକଲି ପରିଚୟ ସହ ଦିଲ୍ଲୀରେ ରହୁଥିବା ୧୦ ପାକିସ୍ତାନୀ ନାଗରିକ ଗିରଫ

Advertisment

ନକଲି ପରିଚୟ‌ ସହ ବେଙ୍ଗାଲୁରୁରେ ରହୁଥିବା ୭ ପାକିସ୍ତାନୀ ନାଗରିକ ଗିରଫ ହେବାର କିଛି ଦିନ ପ‌ରେ ଦିଲ୍ଲୀ ପୁଲିସ ପୁଣି ଆଉ ୧୦ ଜଣଙ୍କୁ ଏହି ଅଭିଯୋଗରେ ଗିରଫ କରିଛି।  ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି।

ନକଲି ପରିଚୟ‌ ସହ ବେଙ୍ଗାଲୁରୁରେ ରହୁଥିବା ୭ ପାକିସ୍ତାନୀ ନାଗରିକ ଗିରଫ ହେବାର କିଛି ଦିନ ପ‌ରେ ଦିଲ୍ଲୀ ପୁଲିସ ପୁଣି ଆଉ ୧୦ ଜଣଙ୍କୁ ଏହି ଅଭିଯୋଗରେ ଗିରଫ କରିଛି।  ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି।

Arrest-2

ବେଙ୍ଗାଲୁରୁ: ନକଲି ପରିଚୟ‌ ସହ ବେଙ୍ଗାଲୁରୁରେ ରହୁଥିବା ୭ ପାକିସ୍ତାନୀ ନାଗରିକ ଗିରଫ ହେବାର କିଛି ଦିନ ପ‌ରେ ଦିଲ୍ଲୀ ପୁଲିସ ପୁଣି ଆଉ ୧୦ ଜଣଙ୍କୁ ଏହି ଅଭିଯୋଗରେ ଗିରଫ କରିଛି।  ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି।  ଦେଶର ବିଭିନ୍ନ ଅଂଶରେ ସେମାନେ ହିନ୍ଦୁ ନାମରେ ‌ବେଆଇନ ଭାବେ ରହୁଛନ୍ତି।  ସେମାନଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀରୁ ଗିରଫ ହୋଇଥିବା ବେଳେ ୩ ଜଣ ରାଜସ୍ଥାନରେ ଏବଂ ୨ ଜଣ ଉତ୍ତରପ୍ରଦେଶରୁ ଗିରଫ ‌ହୋଇଥି‌ଲେ।  ସେମାନଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏବଂ ସେଠାରୁ ସେମାନଙ୍କୁ  ରିମ‌ାଣ୍ଡରେ ନିଆଯାଇଥିଲା।  ଏମଏଫ୍‌ଆଇ (ମେହଦି ଫାଉଣ୍ଡେସନ୍‌ ଇଣ୍ଟରନେସନାଲ୍‌)ର ଜଣ ପ୍ରମୁଖ ଭାରତୀୟ ସଦସ୍ୟ ପରଭେଜ ଅହମଦର ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଛି।

ପୁଲିସ ଅନୁଯାୟୀ ପରଭେଜର ଘର ଉତ୍ତରପ୍ରଦେଶର ଆଜମଗଡ଼ରେ। ସେ ମୁମ୍ବାଇରେ ରହି ଏକ ଫର୍ଣ୍ଣିଚର ଦୋକାନ ପରିଚାଳନା କରେ।  ଗତ ସପ୍ତାହରେ ତାକୁ ଗିରଫ କରାଯାଇଥିଲା।  ପାକିସ୍ତାନୀ ନାଗରିକ ଭାରତରେ ରହିବାପାଇଁ ସେମାନଙ୍କୁ, ଭୋଟର ପରିଚୟ ପତ୍ର,  ଆଧାର କାର୍ଡ ଏବଂ ପାସପୋର୍ଟ  ଦେବାରେ ସେ ସହଯୋଗ କରୁଥିବା ସନ୍ଦେହ କରାଯାଉଛି। ବେଙ୍ଗାଲୁରୁ ଜିଲ୍ଲା ଏସ୍‌ପି ସିକେ ବାବା କହିଛନ୍ତି, ପରଭେଜ ବେଆଇନ ଭାବେ ପାକିସ୍ତାନ ନାଗରିକଙ୍କୁ ଆଣିବାପାଇଁ ପାଣ୍ଠି କିଭଳି ଯୋଗାଡ଼ କଲା ସେନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe