ବାଲୋଚିସ୍ତାନ୍‌ ପ୍ରଦେଶର ଚେକ୍‌ପୋଷ୍ଟ୍‌ରେ ଆତଙ୍କବାଦୀ ଆକ୍ରମଣ; ପାକିସ୍ତାନର ୧୦ ସୈନିକ ନିହତ

ବାଲୋଚିସ୍ତାନ୍‌ ପ୍ରଦେଶର ଚେକ୍‌ପୋଷ୍ଟ୍‌ରେ ଆତଙ୍କବାଦୀ ଆକ୍ରମଣ; ପାକିସ୍ତାନର ୧୦ ସୈନିକ ନିହତ

Image Courtesy of India Today

ଇସ୍‌ଲାମାବାଦ୍: ଅଶାନ୍ତ ଦକ୍ଷିଣପଶ୍ଚିମ ବାଲୋଚିସ୍ତାନ ପ୍ରଦେଶର କେଚ୍‌ ଜିଲ୍ଲାସ୍ଥିତ ନିରାପତ୍ତା ବଳଙ୍କ ‘ଚେକ୍‌ପୋଷ୍ଟ୍‌’ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୧୦ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା କଥା ଗୁରୁବାର ଦିନ ସେନା କହିଛି।

ସେନାର ଗଣମାଧ୍ୟମ ବିଭାଗ ‘ଇଣ୍ଟର୍‌-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ୍‌’ (ଆଇଏସ୍‌ପିଆର୍‌) ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ କହିଛି ଯେ, ଜାନୁଆରି ୨୫-୨୬ ତାରିଖ ରାତିରେ ଆତଙ୍କବାଦୀମାନେ ଗୁଳିବର୍ଷଣ କରି ଚଢ଼ାଉ କରିଥିଲେ।

ଭୀଷଣ ଗୁଳି ବିନିମୟ ସମୟରେ ୧୦ଜଣ ସୈନିକ ନିହତ ହୋଇଛନ୍ତି ଏବଂ ଜଣେ ଆତଙ୍କବାଦୀ ବି ନିହତ ହୋଇଛି। ଏହା ବ୍ୟତିରେକେ, ଏହି ଘଟଣାରେ ଅନ୍ୟ କେତେଜଣ ଆତଙ୍କବାଦୀ ଆହତ ହୋଇଛନ୍ତି।

publive-image Image Courtesy of The Indian Express

ଚଢ଼ାଉ ପର ତଲାସୀ ଅଭିଯାନ ସମୟରେ ୩ଜଣ ଆତଙ୍କବାଦୀଙ୍କୁ ଧରାଯାଇଛି।

ଯାହା ହେଉ ପଛେ, ଆମ ଦେଶରୁ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ସଶସ୍ତ୍ର ବଳ ପ୍ରତିବଦ୍ଧ ବୋଲି ମଧ୍ୟ ଉକ୍ତ ବିବୃତିରେ ଉଲ୍ଲେଖ ଅଛି।

ଏହି ଆକ୍ରମଣ ଘଟଣା ପାଇଁ ଦାୟୀ ବୋଲି ଏଯାବତ୍‌ କୌଣସି ସଙ୍ଗଠନ ଘୋଷଣା କରିନାହିଁ।

ସୂଚନାଯୋଗ୍ୟ, ଇରାନ୍‌ ଓ ଆଫଗାନିସ୍ତାନ ସୀମାନ୍ତରେ ଅବସ୍ଥିତ ବାଲୋଚିସ୍ତାନ୍‌ରେ ଦୀର୍ଘ କାଳ ହେବ ଅସ୍ଥିରତା ଲାଗି ରହିଛି। ଚୀନା-ପାକିସ୍ତାନ ‘ଇକୋନମିକ୍‌ କରିଡର୍‌ ପ୍ରକଳ୍ପ’ ଅଞ୍ଚଳରେ ପୂର୍ବରୁ ମଧ୍ୟ ବାଲୋଚ ଉଗ୍ରବାଦୀ ସଂଗଠନ ସବୁ ଏକାଧିକ ବାର ଆକ୍ରମଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe