ବାଂଲା ନେତାଙ୍କ ଅନ୍ତ୍ୟେଷ୍ଟିିରେ ଲାଠିମାଡ଼:ଦଳାଚକଟାରେ୧୦ ମୃତ, ୧୫ ଗୁରୁତର

Advertisment
ବାଂଲା ନେତାଙ୍କ ଅନ୍ତ୍ୟେଷ୍ଟିିରେ ଲାଠିମାଡ଼:ଦଳାଚକଟାରେ୧୦ ମୃତ, ୧୫ ଗୁରୁତର

ନୂଆଦିଲ୍ଲୀ: ବାଂଲାଦେଶର ଜଣେ ରାଜନେତାଙ୍କ ଅନ୍ତ୍ୟେଷ୍ଟି ଭୋଜିରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲାଠି ଚାର୍ଜ କରିବାରୁ ଦଳାଚକଟାରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବାଂଲାଦେଶର ଶାସକ ଆଓ୍ଵାମି ଲିଗ୍‌ ପାର୍ଟିର ବରିଷ୍ଠ ନେତା ତଥା ଦେଶର ଦ୍ୱିତୀୟ ବୃହତ୍ତମ ସହରର ୩ ଥର ମେୟର ଥିବା ମୋହିଉଦ୍ଦିନ ଚୌଧୁରୀଙ୍କର ଗତ ଶୁକ୍ରବାର ମୃତ୍ୟୁ ହୋଇଥିଲା। ତେବେ ଜମଲ ଖାନ୍‌ର ରିମା କମ୍ୟୁନିଟି ସେଣ୍ଟରରେ ଆୟୋଜିତ ତାଙ୍କ ଅନ୍ତ୍ୟେଷ୍ଟି ଭୋଜିରେ ଆଜି ପାଖାପାଖି ୧ ଲକ୍ଷ ଲୋକଙ୍କର ଭିଡ଼ ଜମିଥିଲା। ତେବେ ଖାଦ୍ୟ ପ୍ୟାକେଟ ନେବା ଲାଗି ଲୋକଙ୍କ ଭିତରେ ବିଶୃଙ୍ଖଳା ଦେଖାଦେବାରୁ ପୁଲିସ ଭିଡ଼ ହଟାଇବା ଲାଗି ଲାଠି ଚାର୍ଜ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe