ଅର୍ଥନୈତିକ ପଛୁଆ ବର୍ଗ ପାଇଁ ୧୦% କୋଟା ପ୍ରସଙ୍ଗ: ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟଙ୍କ ଖାରଜ

Advertisment
ସୁପ୍ରିମକୋର୍ଟରେ ପହଞ୍ଚିଲା ଓଡ଼ିଶା ସରକାର-ଜେଏସଡବ୍ଲୁ ଟିକସ ବିବାଦ

Image Courtesy of NDTV

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଏକ ରାୟରେ କହିଛନ୍ତି ଯେ, ସ୍ନାତକୋତ୍ତର ଓ ସ୍ନାତକ ଡାକ୍ତରୀ ଓ ଦନ୍ତଚିକିତ୍ସା ପାଠ୍ୟକ୍ରମ ପାଇଁ ଅର୍ଥନୈତିକ ପଛୁଆ ବର୍ଗ (ଇଡବ୍ଲୁଏସ୍)ର ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୦ ପ୍ରତିଶତ ଅଲ୍‌ ଇଣ୍ଡିଆ କୋଟା (ଏଆଇକ୍ୟୁ) ଲାଗି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ନେବାର କୌଣସି ଆବଶ୍ୟକତା ନାହିଁ, ଯାହା ମାଡ୍ରାସ୍ ହାଇକୋର୍ଟ କହିଛନ୍ତି। ତେବେ ଚଳିତ ଶିକ୍ଷାବର୍ଷରୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଛଡ଼ା ୧୦ ପ୍ରତିଶତ ଇଡବ୍ଲୁଏସ୍ କୋଟା ଉପରେ ସରକାରଙ୍କ ଜୁଲାଇ ୨୯ ତାରିଖର ନିଷ୍ପତ୍ତିକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିବାରୁ ସରକାର ତା’ ଉପରେ ଅକ୍ଟୋବର ୬ ସୁଦ୍ଧା ନିଜର ପ୍ରତିକ୍ରିୟା ରଖିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି।

ଦୁଇଟି ଭିନ୍ନ ବିଚାରଣାରେ ରାୟ ପ୍ରକାଶ ପାଇଛି। ପ୍ରଥମତଃ ୧୦% ଇଡବ୍ଲୁଏସ୍ କୋଟା ଲାଗୁ କରିବା ପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କ ସାମ୍ବିଧାନିକ ବେଞ୍ଚର ଅନୁମୋଦନ ନେବା ପାଇଁ ମାଡ୍ରାସ୍ ହାଇକୋର୍ଟ ଦେଇଥିବା ଆଦେଶକୁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କାରଣ ଅର୍ଥନୈତିକ ପଛୁଆ ବର୍ଗ ପାଇଁ ୧୦ ପ୍ରତିଶତ କୋଟା ବ୍ୟବସ୍ଥା ସମ୍ପର୍କରେ ସମ୍ବିଧାନର ୧୦୩ତମ ସଂଶୋଧନ ବିଲ୍ ପାର୍ଲାମେଣ୍ଟରେ ଗୃହୀତ ହୋଇସାରିଛି। ଦ୍ବିତୀୟତଃ ଜୁଲାଇ ୨୯ ତାରିଖ ବିଜ୍ଞପ୍ତିର ସାମ୍ବିଧାନିକ ବୈଧତା ନେଇ ହୋଇଥିବା ଚାରିଟି ପିଟିସନ ଉପରେ କୋର୍ଟ ବିଚାର କରୁଛନ୍ତି। ଗୋଟିଏ ପିଟିସନରେ ଚଳିତବର୍ଷ ଏହି ଆଇନ ଲାଗୁ କରିବା ଉପରେ ରହିତାଦେଶ ଜାରି କରିବା ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଛି।

ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) କେଏମ୍ ନଟରାଜ କେନ୍ଦ୍ର ସରକାରଙ୍କ ତରଫରୁ ଉପସ୍ଥିତ ହୋଇ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଭୁଲ ଓ ତାକୁ ବାତିଲ କରାଯାଉ ବୋଲି କହିଥିଲେ। ଜୁଲାଇ ୨୯ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଯେଉଁ ପିଟିସନ ଦାଏର କରାଯାଇଛି, ତା’ର ଉତ୍ତର ଦେବା ଲାଗି ସେ କିଛି ସମୟ ମାଗିଥିଲେ। ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ ଓ ବିଭି ନାଗରତ୍ନା ଅକ୍ଟୋବର ୬ ସୁଦ୍ଧା ଉତ୍ତର ଦେବା ଲାଗି ସମୟ ଦେଇଥିଲେ ଏବଂ ଅକ୍ଟୋବର ୭ରେ ଏହାର ଶୁଣାଣି କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe