ଶ୍ରୀନଗର: ୩ ଦିନରେ ୧୦ ଆତଙ୍କବାଦୀ ନିପାତ

Advertisment

ଅମରିନ୍‌ ଭଟ୍ଟଙ୍କୁ ହତ୍ୟା କରିଥିବା ୨ ଆତଙ୍କବାଦୀ ନିପାତ

ଅମରିନ୍‌ ଭଟ୍ଟଙ୍କୁ ହତ୍ୟା କରିଥିବା ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ୩ ଦିନରେ ୧୦ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ଅବନ୍ତିପୁରା ଅଂଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଶୁକ୍ରବାର ଦିନ ୨ ଏଲ୍‌ଇଟି ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୩ ଦିନରେ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶୁକ୍ରବାର ଭୋର୍‌ ସମୟରେ ଅଗାଂଜିପୁରା‌ରେ ମିଳିତ ସର୍ଚ ଅପ‌ରେସନ୍‌ ଆରମ୍ଭ ହୋଇଥିଲା। ଏହି ଅପରେସନ୍‌ ପରେ ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିକଟରେ ଟିଭି କଳାକାର ଅମରିନ୍‌ ଭଟ୍ଟଙ୍କୁ ହତ୍ୟା କରିଥିବା ୨ ଜଣ ଏଲ୍‌ଇଟି ଆତଙ୍କବାଦୀଙ୍କ ସମେତ ୪ ଜଣ ଆତଙ୍କବାଦୀ ଗତ ରାତିରେ ନିପାତ ହୋଇଛନ୍ତି।

ବଡ଼ଗାମ ଅଂଚଳରେ ସକ୍ରିୟ ଥିବା ଆତଙ୍କବାଦୀ ଶାହିଦ ମୁସ୍ତାକ ଭଟ ଏବଂ ପୁଲୱାମାର ଫରହାନ ହବିବ୍‌ ଅମରିନ୍‌ଙ୍କୁ ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଥିଲେ। କାଶ୍ମୀର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି, ଉକ୍ତ ୨ ଆତଙ୍କବାଦୀ ନିକଟରେ ଏଲ୍‌ଇଟିରେ ଯୋଗ ଦେଇଥିଲେ। ବିଜୟ କୁମାର କହିଛନ୍ତି ସେନାକୁ ଗତ ୩ ଦିନରେ ବଡ଼ ସଫଳତା ମିଳିଛି। ୩ ଦିନରେ ନିପାତ ହୋଇଥିବା ୧୦ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ଜୈସ ଆତଙ୍କବାଦୀ ସଂଗଠନର ହୋଇଥିବା ବେଳେ ୭ ଜଣ ଏଲ୍‌ଇଟିର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe