ମଧ୍ୟପ୍ରଦେଶରେ ୧୦ ଟପର୍‌ ଗୋଟିଏ କଲେଜର, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀ ହେବେ କି ? କ’ଣ କହିଲେ ଶିବରାଜ ସିଂ ଚୌହାନ ?

Oneindia

ଭୋପାଳ : କୃଷକ କଲ୍ୟାଣ ଏବଂ କୃଷି ବିଭାଗରେ ନିଯୁକ୍ତି ପାଇଁ ହୋଇଥିବା ଏକ ପରୀକ୍ଷାରେ ବଡ଼ ଧରଣର ଜାଲିଆତି ହୋଇଛି। ଏମ୍‌ପିପିଇବି (ମଧ୍ୟପ୍ରଦେଶ ପ୍ରଫେସନାଲ୍‌ ଏକ୍‌ଜାମିନେସନ୍‌ ବୋର୍ଡ) ଦ୍ବାରା କୃଷି ଅଧିକାରୀ ନିଯୁକ୍ତ କରିବାପାଇଁ ଗତ ଫେବ୍ରୁଆରି ୧୦ ଏବଂ ୧୧ରେ ହୋଇଥିବା ପରୀକ୍ଷାରେ ୧୦ ଜଣ ପରୀକ୍ଷାର୍ଥୀ ଟପର ହୋଇଛନ୍ତି। ତେବେ ସେମାନେ ସମସ୍ତେ ସମାନ ନମ୍ବର ରଖିଛନ୍ତି। ସମସ୍ତେ ସମାନ ଭୁଲ୍‌ କରିଛନ୍ତି ଏବଂ ସମସ୍ତେ ମଧ୍ୟ ଗୋଟିଏ କଲେଜ୍‌ର। ସମସ୍ତେ ଗୋଟିଏ ଜାତିର ଏବଂ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବି ପୂରା ସମାନ। କୃଷି ବିଭାଗରେ ୮୨୩ ପଦ ପାଇଁ ଏହି ପରୀକ୍ଷା ହୋଇଥିଲା। ଫେବ୍ରୁଆରି ୧୭ରେ ଆନ୍‌ସର ସିଟ୍‌ ପ୍ରକାଶ ପାଇଥିଲା। ଉକ୍ତ ଘଟଣା ଜଣାପଡ଼ିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe