ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୧୦ ବର୍ଷର ବାଳକକୁ ଗିଳିଦେଲା କୁମ୍ଭୀର

ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୧୦ ବର୍ଷର ବାଳକକୁ ଗିଳିଦେଲା କୁମ୍ଭୀର

ଭୋପାଳ: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟର ସୈପୁରସ୍ଥିତ ଚାମ୍ବଲ ନଦୀରେ ସୋମବାର ସକାଳେ ଜଣେ ୧୦ ବର୍ଷର ବାଳକ ଗାଧୋଉଥିବା ବେଳେ କୁମ୍ଭୀର ପାଟିରେ ପଡ଼ିଯାଇଛି। କୁମ୍ଭୀରଟି ବାଳକଟିକୁ ଗିଳି ଦେବା ପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବାଳକଟି ନଦୀ କୂଳରେ ଗାଧୋଉଥିବା ବେଳେ କୁମ୍ଭୀରଟି ତାକୁ ଟାଣିକି ମଝି ନଈକୁ ନେଇ ଯାଇଥିଲା ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ବାଳକଟିକୁ କୁମ୍ଭୀର ମଝି ନଈକୁ ଟାଣି ନେବା ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ସୂଚନା ଦେଇଥିଲେ। ବାଳକଟିର ପରିବାର ଓ ସଂପର୍କୀୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜାଲ ଓ ବାଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ଧରିବାରେ ସମର୍ଥ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ପୁଲିସ୍‌ ବିଭାଗ ଯାଇ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ କୁମ୍ଭୀରଟିକୁ ଗାଁ ଲୋକଙ୍କ କବଳରୁ ମୁକ୍ତ କରିବାକୁୁ ଚାହିଁଥିଲେ ବି ସେମାନେ ରାଜି ହୋଇନଥିଲେ। ପରିବାର ଲୋକ କୁମ୍ଭୀରଟି ବାଳକଟିକୁ ଗାଳିକି ବାହାରକୁ ବାହାର କରିବା ପରେ ଯାଇ ସେମାନେ କୁମ୍ଭୀରଟିକୁ ଛାଡ଼ିବେ ବୋଲି ଅଡ଼ି ବସିଥିଲେ। ସଂଧ୍ୟ ପର୍ଯ୍ୟନ୍ତ ସେମାନେ ଉଦ୍ଧାରକାରୀ ଦଳଙ୍କୁ କୌଣସି ପ୍ରକାରର ସହାୟତା କରିନଥିଲେ।

ଏ ନେଇ ରଘୁନାଥପୁର ପୁଲିସ୍‌ ଷେ୍‌ଟସନ୍‌ ଇନ୍‌ଚାର୍ଜ ଶ୍ୟାମ ଭୀର ସିଂହ କହିଛନନ୍ତି କି, ‘ବାଳକଟି ଗାଧୋଇବା ପାଇଁ ଗଭୀର ନଦୀ ଭିତରକୁ ଯାଇଥିଲା। ସେହି ସମୟରେ କୁମ୍ଭୀରଟି ବାଳକଟିକୁ ଗିଳି ଦେଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe