ଶ୍ରେଶୀଗୃହରେ ବସି ପାଠପଢ଼ୁ ଥିବା ବେଳେ ସାପ ମାରିଲା ଚୋଟ; ଘଟଣାସ୍ଥଳରେ ହିଁ ଛାତ୍ରୀଙ୍କର ହେଲା ମୃତ୍ୟୁ

Advertisment
କେରଳ ସରକାରଙ୍କ କଡ଼ା ପଦକ୍ଷେପ: ସ୍କୁଲରେ ଛାତ୍ରୀଙ୍କୁ ସାପ କାମୁଡ଼ିବା ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ, ଭଙ୍ଗା ହେଲା ଅଭିଭାବକ ସଂଘ

oneindia.com

ଓ୍ଵାୟନାଡ: କେରଳରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସ୍କୁଲରେ ପାଠପଢ଼ୁ ଥିବା ବେଳେ ଜଣେ ୧୦ବର୍ଷର ଝିଅଙ୍କୁ ସାପ କାମୁଡି ଦେଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରୀଙ୍କ ନାମ ଏସ୍‌ ସେହଲା ବୋଲି ଜଣାପଡ଼ିଛି।

ସେହି ଶ୍ରେଣୀ ଗୃହରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ କହିବାନୁସାରେ, ତାଙ୍କ ସାଥୀ ଛାତ୍ରୀଙ୍କୁ ଯେତେବେଳେ ସାପ କାମୁଡିଲା ସେତେବେଳେ ଟିଚର ଧ୍ୟାନ ଦେଇ ନଥିଲେ। ନିଜର ପାଠପଢ଼ା ଜାରି ରଖିଥିଲେ। ଫଳରେ ଉଚିତ ସମୟରେ ଚିକିତ୍ସା ନମିଳିବାରୁ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେଇଛି।

ସାପ କାମୁଡାରେ ଯେଉଁ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ତାଙ୍କ ନାମ ଏସ୍‌ ସେହଲା ବୋଲି ଜଣାପଡ଼ିଛି। ସେ ପଞ୍ଚମ ଶ୍ରେଣୀରେ ପାଠପଢ଼ୁଥିଲେ। ଓ୍ଵୟାନାଡ ଜିଲ୍ଲାର ସୁଲତାନ ବେଥରିରେ ଏକ ସରକାରୀ ସ୍କୁଲରେ ସେହଲା ପାଠପଢ଼ୁ ଥିଲେ। ଗତ ବୁଧବାର ତାଙ୍କୁ ଯେତେବେଳେ ସାପ କାମୁଡିଲା ସେ ଶ୍ରେଣୀଗୃହରେ ହିଁ ଥିଲେ। ସେହଲାଙ୍କୁ ସାପ କାମୁଡିବା ଦେଖିବା ପରେ ଶ୍ରେଣୀଗୃହରେ ଥିବା ଅନ୍ୟ ପିଲାମ।ନେ ଏନେଇ ପାଠପଢ଼ାଉଥିବା ଶିକ୍ଷକଙ୍କୁ କହିଥିଲେ। କିନ୍ତୁ ସେ ଏହାକୁ ଅଣଦେଖା କରି ଦେଇଥିଲେ। ଫଳରେ ଛାତ୍ରୀଙ୍କ ଶରୀରରେ ବିଷ ମାଡି ଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନା ନେଲା ବେଳକୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe