ଦାଦର ପୁଲିସ୍‌ ଷ୍ଟେସନ୍‌ରେ ଅଗ୍ନିକାଣ୍ଡ, ୧୦ ବର୍ଷର ନାବାଳିକା ମୃତ

Advertisment
ଦାଦର ପୁଲିସ୍‌ ଷ୍ଟେସନ୍‌ରେ ଅଗ୍ନିକାଣ୍ଡ, ୧୦ ବର୍ଷର ନାବାଳିକା ମୃତ

Photo: ANI

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବ ଦାଦର ପୁଲିସ୍‌ ଷ୍ଟେସନ୍‌ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ୧୦ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଛି। ପୁଲିସ୍‌ ଷ୍ଟେସନ୍‌ ବିଲ୍ଡିଂର ତୃତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।

ଏହି ଅଗ୍ନିକାଣ୍ଡର ଫଟୋ ଟ୍ଵଟର୍‌ରେ ସେୟାର୍‌ ହେବା ପରେ ଖବରଟି ଚାରିଆଡ଼େ ବ୍ୟାପୀ ଯାଇଛି। ଫଟୋରେ ଦେଖିବାକୁ ମିଳିଛି ଯେ ନିଆଁ ଲିଭାଳିମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମରେ ନିଜକୁ ନିୟୋଜିତ କରିଛନ୍ତି। ସେମାନେ ନିଆଁ ଲିଭା କାମ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି।

ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। କିପରି ପୁଲିସ୍‌ ଷ୍ଟେସନ୍‌ରେ ନିଆଁ ଲାଗିଲା ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe