୧୦ ବର୍ଷରେ ପଦାର୍ପଣ କଲା ମୁଦ୍ରା ଯୋଜନା: ମୋଦୀ କହିଲେ, ଅନେକଙ୍କ ସ୍ବପ୍ନକୁ ସତ କରିଛି ଏହି ଯୋଜନା

mudra

Photograph: (Sambad.in)

ନୂଆଦିଲ୍ଲୀ: ୧୦ ବର୍ଷରେ ପଦାର୍ପଣ କଲା ମୁଦ୍ରା ଯୋଜନା । ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ଭିତରେ ମୁଦ୍ରା ଯୋଜନା ଥିବା ବେଳେ ଏହା ୧୦ ବର୍ଷରେ ପାଦ ଦେଇଛି । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରା ଲାଭାର୍ଥୀଙ୍କୁ ନିଜ ଦିଲ୍ଲୀ ସ୍ଥିତ ବାସଭବନକୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଦ୍ରା ଯୋଜନା ସେମାନଙ୍କ ଆର୍ଥିକ ସ୍ଥିତିକୁ କେତେ ଲାଭଦାୟକ ସାଜିଲା ସେମାନଙ୍କ ଅନୁଭୂତି ପଚାରିଛନ୍ତି ଆଉ ହିତାଧିକାରୀମାନେ ମଧ୍ୟ ମୋଦୀଙ୍କୁ ନିଜର ସଙ୍ଘର୍ଷମୟ ଜୀବନରୁ ସଫଳତାର କାହାଣୀ କହିଛନ୍ତି । ତେବେ ଏହି ଅବସରରେ ମୋଦୀ କହିଛନ୍ତି, ଅତିଥିମାନେ ଘରକୁ ଆସିଲେ ଘର ପବିତ୍ର ହୁଏ, ଆଜି ଆପଣମାନେ ଆଗମନ କରିଥିବାରୁ ସମସ୍ତଙ୍କୁ ସ୍ବାଗତ । 

ତେବେ ୮ ଜୁଲାଇ ୨୦୧୫ରେ ଆରମ୍ଭ ହୋଇଥିଲା ମୁଦ୍ରା ଯୋଜନା । ମୋଦୀ ସରକାରଙ୍କ ଏହି ଯୋଜନାରେ ୩୩ କୋଟି ଟଙ୍କା ଦେଶର ବିଭିନ୍ନ ହିତାଧିକାରୀଙ୍କୁ ବିନା ଗ୍ୟାରେଣ୍ଟିରେ ଦିଆଯାଇ ସାରିଲାଣି । ଲାଭାର୍ଥୀଙ୍କୁ ମୋଦୀ କହିଛନ୍ତି- ଦେଶର ସାଧାରଣ ଲୋକଙ୍କୁ ୩୩ ଲକ୍ଷ କୋଟି ଟଙ୍କା ଦିଆଯାଇଛି । ଭାରତର ଯୁବପିଢ଼ିଙ୍କ ପାଖରେ ଅନେକ ଉଦ୍ୟୋଗୀ ଦକ୍ଷତା ରହିଛି ଯଦି ସେମାନଙ୍କୁ ଟିକିଏ ସାହାଯ୍ୟ ମିଳେ ତାହାଲେ ସେମାନେ ସଫଳ ହୋଇପାରିବେ । ଏହି ଦୃଷ୍ଟିରୁ ମୁଦ୍ରା ଯୋଜନା ସେମାନଙ୍କ ପାଇଁ ଏକ ସାହସ ସାଜିଛି । ମୁଦ୍ରା ଯୋଜନା ଅନେକଙ୍କ ସ୍ବପ୍ନକୁ ସାକାର କରିଛି । ଯେକୌଣସି ସରକାରଙ୍କ ପାଇଁ ମୁଦ୍ରା ଯୋଜନା ଆଖି ଖୋଲିଦେବା ଭଳି ଯୋଜନା । ଏଥିରେ ସର୍ବାଧିକ ସଂଖ୍ୟକ ମହିଳା ଆଗକୁ ଆସିଛନ୍ତି ଆଉ ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି । 

ଇତି ମଧ୍ୟରେ ମୁଦ୍ରା ଯୋଜନା ଦଶ ବର୍ଷରେ ପାଦ ଥାପିଛି । ସାଧାରଣତଃ ବିଭିନ୍ନ ସରକାର ବିଭିନ୍ନ ଯୋଜନା କରି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରନ୍ତି । ତାପରେ ସେମାନେ କିଛି ଲୋକଙ୍କୁ ଡାକି ଦୀପ ଜାଳି ଏହାର ଶୁଭାରମ୍ଭ କରନ୍ତି, ଲୋକମାନେ ତାଳି ବଜାନ୍ତି ଏବଂ ପରେ ଏହା ଖବରକାଗଜରେ ବାହାରେ ଏବଂ କିଛି ଦିନ ପରେ ଏହାକୁ କେହି ପଚାରନ୍ତି ନାହିଁ, ସମସ୍ତେ ଭୁଲିଯାଆନ୍ତି । ହେଲେ ଆମ ସରକାର ଦଶ ବର୍ଷ ପରେ ବି ଯୋଜନାର ଫଳାଫଳ ଉପରେ ମୂଲ୍ୟାଙ୍କନ କରୁଛି । ଆମେ ହିତାଧିକାରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବିଷୟରେ ପଚାରୁଛୁ ଏବଂ ଯଦି ଏଥିରେ କୌଣସି ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି, ତେବେ ଆମେ ସେହି ଦିଗରେ ମଧ୍ୟ ଆଗକୁ ବଢ଼ିବୁ ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ସମବେତ ଲାଭାର୍ଥୀମାନେ ମୁଦ୍ରା ଯୋଜନାକୁ ନେଇ ନିଜ ନିଜ ଅନିଭୂତି ବଖାଣିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe