ଅନ୍ତର୍ଧର୍ମୀୟ ଦମ୍ପତିଙ୍କୁ ନେଇ ତୁମୁଳ କାଣ୍ଡ, ୧୦୦ ଗିରଫ

Advertisment

ଗତରାତିରେ ଉତ୍ତରପ୍ରଦେଶର ଏକ ଅନ୍ତର୍ଧର୍ମୀୟ ଦମ୍ପତିଙ୍କୁ କେନ୍ଦ୍ର କରି ଡେରାଡୁନ୍‌ ରେଳ ଷ୍ଟେସନ୍‌ରେ ତୁମୁଳ କାଣ୍ଡ ଘଟିଛି। ଏହି ଘଟଣ‌ାରେ ପୁଲିସ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।

ଗତରାତିରେ ଉତ୍ତରପ୍ରଦେଶର ଏକ ଅନ୍ତର୍ଧର୍ମୀୟ ଦମ୍ପତିଙ୍କୁ କେନ୍ଦ୍ର କରି ଡେରାଡୁନ୍‌ ରେଳ ଷ୍ଟେସନ୍‌ରେ ତୁମୁଳ କାଣ୍ଡ ଘଟିଛି। ଏହି ଘଟଣ‌ାରେ ପୁଲିସ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।

dgdggdgdj

ଡେରାଡୁନ୍‌: ଗତରାତିରେ ଉତ୍ତରପ୍ରଦେଶର ଏକ ଅନ୍ତର୍ଧର୍ମୀୟ ଦମ୍ପତିଙ୍କୁ କେନ୍ଦ୍ର କରି ଡେରାଡୁନ୍‌ ରେଳ ଷ୍ଟେସନ୍‌ରେ ତୁମୁଳ କାଣ୍ଡ ଘଟିଛି। ଏହି ଘଟଣ‌ାରେ ପୁଲିସ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ରେଳଷ୍ଟେସନ ନିକଟରେ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି ପ୍ରସଙ୍ଗ ନେଇ ତୀବ୍ର ଯୁକ୍ତିତର୍କ ଚାଲିଥିଲା। ଉଭୟଙ୍କୁ ଦେଖି ସ୍ଥାନୀୟ ବଜରଙ୍ଗ ଦଳର ବିକାଶ ବର୍ମାଙ୍କ ନେତୃତ୍ବରେ କେତେକ ସଦସ୍ୟ ସେଠାରେ ପହଞ୍ଚିଥିଲେ। ଅପରପକ୍ଷରେ ଆଜାଦ ସମାଜ ପାର୍ଟିର ଡେରାଡୁନ୍‌ ସିଟି ଅଧ୍ୟକ୍ଷ ଅସିଫ୍‌ କୁରେସିଙ୍କ ନେତୃତ୍ବରେ ମଧ୍ୟ କେତେକ ଯୁବକ ସେଠାରେ ପହଞ୍ଚିଯାଇଥିଲେ। ପ୍ରଥମେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ପରେ ଢେଲାପଥର ମାଡ଼ ହୋଇଥିଲା। ଷ୍ଟେସନରେ ଥିବା ଲୋକମା‌ନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଥାନାକୁ ନେଇଥିଲେ।

ଏସ୍‌ଏସ୍‌ପି ଅଜୟ ସିଂହଙ୍କ ସୂଚନାନୁସାରେ, ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୦୦ ଜଣଙ୍କୁ ଗିରଫ କରାଯାଇଛି। ତେବେ ଷ୍ଟେସନରୁ ଉଦ୍ଧାର ହୋଇଥିବା ଦମ୍ପତିଙ୍କ ମଧ୍ୟରୁ ପତ୍ନୀର ବୟସ ୧୫ରୁ ୧୬ ବର୍ଷ। ତାଙ୍କ ଘର ଉତ୍ତରପ୍ରଦେଶର ବଦାଉଁ ଜିଲ୍ଲାରେ ଏବଂ ତାଙ୍କ ପତିଙ୍କ ଘର ଡେରାଡୁନ୍‌। ନାବାଳିକା ଜଣକ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଟନ୍ତି। ତାଙ୍କର ପିତାମାତା ଦୁଇଦିନ ପୂର୍ବେ ନାବାଳିକାଙ୍କ ନିଖୋଜ ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ। ସଂପ୍ରତି ତାଙ୍କ ପିତାମାତାଙ୍କୁ ଏନେଇ ସୂଚନା ଦିଆଯାଇଛି।  ଅପରପକ୍ଷରେ, ପୁଲିସ ପାତରଅନ୍ତର ନୀତି ଧରିଛି ବୋଲି ଅଭିଯୋଗ କରି ବଜରଙ୍ଗ ଦଳ କର୍ମୀମାନେ ଥାନା ଘେରାଉ କରିଛନ୍ତି। ସିଟି ଏସ୍‌ପି ପ୍ରମୋଦ କୁମାର କହିଛନ୍ତି, ଗତକାଲିର ସଂଘର୍ଷରେ ଷ୍ଟେସନର ସାମଗ୍ରୀ ଓ କେତେକ ଯାନବାହନ ଭାଙ୍ଗିଛି। ଅଭିଯୁକ୍ତଙ୍କ ବିରୋଧରେ  ମାମଲା ରୁଜୁ କରାଯାଇଛି। ପୁଲିସ ଫ୍ଲାଗ୍‌ମାର୍ଚ୍ଚ କରିଛି ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe