ବ୍ୟବସାୟୀଙ୍କୁ ୧୦୦ କୋଟି ଟଙ୍କା ଋଣ: ଏମ୍ଏ‌ସ୍ଏ‌ମ୍ଇ‌ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ କାହାକୁ ମିଳିବ ଏହି ସୁଯୋଗ...

ବ୍ୟବସାୟୀଙ୍କୁ ୧୦୦ କୋଟି ଟଙ୍କା ଋଣ: ଏମ୍ଏ‌ସ୍ଏ‌ମ୍ଇ‌ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ କାହାକୁ ମିଳିବ ଏହି ସୁଯୋଗ...

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକସଭାରେ ତାଙ୍କର ସପ୍ତମ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଏହା ମଧ୍ୟ ପ୍ରଥମ ପୂର୍ଣ୍ଣ ବଜେଟ୍। ବଜେଟରେ ଅର୍ଥମନ୍ତ୍ରୀ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସମ୍ବନ୍ଧରେ ଅନେକ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ବଜେଟରେ ଏମ୍ଏ‌ସ୍ଏ‌ମ୍ଇ‌ ପାଇଁ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।

ନିର୍ମଳା ସୀତାରମଣ କହିଛନ୍ତି ଯେ ଏମ୍ଏ‌ସ୍ଏ‌ମ୍ଇ‌ଗୁଡ଼ିକ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରାଯିବ। ଯେଉଁଠାରେ ମୁଦ୍ରାଋଣର ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ନୂତନ ଯୋଜନା ମାଧ୍ୟମରେ ଏମଏସଏମଇ ମାନଙ୍କୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।

ଏହା ବ୍ୟତୀତ ଅର୍ଥମନ୍ତ୍ରୀ ଏକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ଯାହା ଦ୍ବାରା ଏମ୍ଏ‌ସ୍ଏ‌ମ୍ଇ‌ କ୍ଷେତ୍ର ସହଜରେ ବ୍ୟାଙ୍କ ଋ ଣ ପାଇପାରିବ। ଏହା ବ୍ୟତୀତ ବ୍ୟବସାୟୀ ପ୍ଲାଟଫର୍ମରେ କ୍ରେତାମାନଙ୍କୁ ବାଧ୍ୟତାମୂଳକ ଅନ୍ତର୍ଭୁକ୍ତ କରିବା ପାଇଁ ବାଣିଜ୍ୟ ସୀମା ୫୦୦ କୋଟିରୁ ୨୫୦କୋଟି ଟଙ୍କାକୁ ହ୍ରାସ ପାଇବ।ଏମ୍ଏ‌ସ୍ଏ‌ମ୍ଇ‌ ସେକ୍ଟରରେ ୫୦ ଟି ମଲ୍ଟି-ପ୍ରଡକ୍ଟ ଫୁଡ୍ ରେଡିଏସନ୍ ୟୁନିଟ୍ ସ୍ଥାପନ କରିବାକୁ ସହାୟତା ପ୍ରଦାନ କରାଯିବ। ପାରମ୍ପରିକ କାରିଗରମାନଙ୍କୁ ବିଶ୍ୱ ବଜାରରେ ସେମାନଙ୍କର ସାମଗ୍ରୀ ବିକ୍ରୟ କରିବାକୁ ସକ୍ଷମ କରିବାକୁ ଇ-ବାଣିଜ୍ୟ ରପ୍ତାନି କେନ୍ଦ୍ରଗୁଡ଼ିକ ପିପିପି ମୋଡରେ ସ୍ଥାପନ କରାଯିବ।

ବଜେଟରେ ମୁଦ୍ରା ଯୋଜନା ସୀମା ବୃଦ୍ଧି ପାଇଛି। ପିଏମ ମୁଦ୍ରା ଯୋଜନା ଅନ୍ତର୍ଗତ ଉପଲବ୍ଧ ଋଣଗୁଡିକ ତିନୋଟି ଶ୍ରେଣୀରେ ବିଭକ୍ତ। ଏହି ବର୍ଗଗୁଡିକ ହେଉଛି ଶିଶୁ, କିଶୋର ଏବଂ ତରୁଣ ଋଣ। ବଜେଟରେ ମୁଦ୍ରା ଯୋଜନା ଅଧୀନରେ ଉପଲବ୍ଧ ଋଣ ପରିମାଣକୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପରିମାଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ଏହି ଋଣ ସହଜରେ ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଯଦି ଋଣ ଗ୍ରହଣକାରୀ ଏହାର ଠିକ୍ ସମୟରେ ଦେୟ ଜାରି ରଖନ୍ତି, ତେବେ ସୁଧ ହାର ଛାଡ କରାଯାଇପାରିବ।

ଏହା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ସେମାନଙ୍କର ପୁରୁଣା ଋଣ ପରିଶୋଧ କରିଛନ୍ତି, ସେମାନଙ୍କୁ ଦୁଇଗୁଣା ଋଣ ଯୋଗାଇ ଦିଆଯିବ। ଏହି ଯୋଜନାର ଲାଭ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ସେମାନଙ୍କର ପୁରୁଣା ଋଣ ପରିଶୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe