ହସପିଟାଲରୁ ଧରାହେଲେ ୧୦୦ ହମାସ ଆତଙ୍କୀ

Advertisment

ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରି ଇସ୍ରାଏଲ ସେନା ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।

Updated On

ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରି ଇସ୍ରାଏଲ ସେନା ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।

ଅଦ୍ୟତନ ହୋଇଛି
terror

ଗାଜା: ହମାସ ବିରୋଧରେ ଯୁଦ୍ଧ ଲଢ଼ୁଥିବା ଇସ୍ରାଏଲ ସେନାକୁ ବଡ଼ ସଫଳତା ମିଳିଛି। ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରି ଇସ୍ରାଏଲ ସେନା ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି। ଅନ୍ୟପକ୍ଷରେ ଗାଜାର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ହାମାସ ଡାକ୍ତରଖାନାରେ କୌଣସି ଆତଙ୍କବାଦୀଙ୍କ ଉପସ୍ଥିତିକୁ ଅସ୍ୱୀକାର କରିଛନ୍ତି। ଗତ ସପ୍ତାହରେ ଶୁକ୍ରବାର ଇସ୍ରାଏଲ ସେନା ଏହି ହସ୍ପିଟାଲରେ ଆକ୍ରମଣ କରିଥିଲା। 

ଇସ୍ରାଏଲ ସେନା କହିଛି ଯେ ସୈନିକମାନେ କମ୍ପାଉଣ୍ଡରୁ ପ୍ରାୟ ୧୦୦ ଜଣ ଆତଙ୍କବାଦୀଙ୍କୁ ଧରିଥିଲେ, ଯେଉଁମାନେ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ସମୟରେ ଖସିଯିବାକୁ ଚେଷ୍ଟା କରିଥିଲେ। ହସ୍ପିଟାଲ ଭିତରେ ଅସ୍ତ୍ରଶସ୍ତ୍ର, ଆତଙ୍କୀ ପାଣ୍ଠି ଓ ଗୁଇନ୍ଦା କାଗଜପତ୍ର ମିଳିଛି। "
ଅନ୍ୟପକ୍ଷରେ ଗାଜାରେ ଥିବା ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ହାମାସ ଓ ଇସ୍ରାଏଲ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ୪୩,୦୦୦ ପାଲେଷ୍ଟାଇନ ନିହତ ହୋଇସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe