ରାଜସ୍ଥାନରେ ବିଧାୟକ ସଂଖ୍ୟା ୧୦୦ ଛୁଇଁଲା

ରାଜସ୍ଥାନରେ ବିଧାୟକ ସଂଖ୍ୟା ୧୦୦ ଛୁଇଁଲା

ରାମଗଡ଼: ରାଜସ୍ଥାନ ବିଧାନସଭାରେ ଏବେ କଂଗ୍ରେସର ବିଧାୟକ ସଂଖ୍ୟା ୧୦୦ରେ ପହଞ୍ଚିଛି ଏବଂ ଏହା ମ୍ୟାଜିକ୍‌ ନମ୍ବରଠାରୁ ମାତ୍ର ଗୋଟିଏ ଆସନ ଦୂରରେ ରହିଛି। ଏ ପର୍ଯ୍ୟନ୍ତ କଂଗ୍ରେସ ପାଖରେ ୯୯ ଆସନ ଥିବା ବେଳେ ସହଯୋଗୀ ଆର୍‌ଏଲ୍‌ଡି ସହାୟତାରେ ଏହା ସରକାର ଗଠନ କରିଥିଲା। ରାମଗଡ଼ ଆସନରେ ବିଏସ୍‌ପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥି‌ଲା। ଏଠାରେ ବିଜେପି ସୁଖୱନ୍ତ ସିଂହ ଏବଂ ବିଏସ୍‌ପି ଜଗତ ସିଂହଙ୍କୁ ପ୍ରାର୍ଥୀ କରାଇଥିଲା। ଏହି ଆସନରୁ କଂଗ୍ରେସ ଲଗାତାର ୧୦ ଥର ବିଜୟୀ ରହି ଆସିଛି। କଂଗ୍ରେସ ପ୍ରାର୍ଥୀ ସାଫିୟା ଜୁବେର୍‌ ଖାନ୍‌ଙ୍କୁ ୮୩,୩୧୧ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୭୧,୦୮୩ ଏବଂ ବିଏସ୍‌ ପ୍ରାର୍ଥୀଙ୍କୁ ୨୪,୮୫୬ ଭୋଟ୍‌ ମିଳିଛି। ପୂର୍ବ କେନ୍ଦ୍ରମନ୍ତ୍ରୀ ନଟବର ସିଂହଙ୍କ ପୁଅ ଜଗତ ସିଂହ ବିଏସ୍‌ପି ପ୍ରାର୍ଥୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe