ଗଙ୍ଗାରେ ବୁଡ଼ିଲା ୧୦୦ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା

ଗଙ୍ଗାରେ ବୁଡ଼ିଲା ୧୦୦ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା

ପାଟନା: ବିହାରର ଭାଗଲପୁର ଗଙ୍ଗାନଦୀରେ ଗୁରୁବାର ୧୦୦ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି। ଏହି ଡଙ୍ଗାରେ କିଛି ମହିଳା ଓ ଶିଶୁ ମଧ୍ୟ ଥିବା ଜଣାପଡ଼ିଛି।୧୦୦ଜଣଙ୍କ ମଧ୍ୟରୁ ୩୦ଜଣଙ୍କୁ ବୁଡ଼ି ଯିବାରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏଥିମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ବହୁ ସଂଖ୍ୟାରେ ଡଙ୍ଗାରେ ବସିଥିବା ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି। ଏହି ଅଘଟଣ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଗୁରୁବାର ସକାଳେ ଗୋପାଳପୁର ଥାନା ଅନ୍ତର୍ଗତ ତିନଟଙ୍ଗାରୁ ଏକ ଡଙ୍ଗା ୧୦୦ଜଣ ଯାତ୍ରୀଙ୍କୁ ନେଇ ଦିୟାରା ଅଭିମୁଖେ ବାହାରିଥିଲା। ଏହି ସମୟରେ ପବନ ଜୋରରେ ବୋହିଥିଲା। ଆଉ ସେତେବେଳେ ଡଙ୍ଗା ମଝି ନଦୀର  ପହଞ୍ଚିଲା। ଦୁର୍ଭାଗ୍ୟବଶତଃ ଜୋରରେ ପବନ ବୋହିବାରୁ ଡଙ୍ଗା ଭଉଁରି ଭିତରେ ଫସିଯାଇଥିଲା। ଯାହା ଫଳରେ ଡଙ୍ଗା ଚାଳକ ଆଉ ଭାରସାମ୍ୟ ରକ୍ଷା କରି ନପାରିବାରୁ ତାହା ଭରା ନଦୀରେ ଓଲଟି ପଡ଼ିଥିଲା।

ଡଙ୍ଗାଟି ନଦୀରେ ଓଲଟି ପଡ଼ିବା ପରେ କିଛିଲୋକ ପହଁରି ପହଁରି ଜୀବନ ବଞ୍ଚାଇଥିବା ବେଳେ ଆଉ କିଛିଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥି‌‌ଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe