୮ ବର୍ଷୀୟ ବାଳିକା ମସ୍ତିଷ୍କରୁ ବାହାରିଲା ୧୦୦ ଫିତାକୃମି ଅଣ୍ଡା

Advertisment
୮ ବର୍ଷୀୟ ବାଳିକା ମସ୍ତିଷ୍କରୁ ବାହାରିଲା ୧୦୦ ଫିତାକୃମି ଅଣ୍ଡା

ଗୁରୁଗ୍ରାମ: ଝିଅର ମସ୍ତିଷ୍କରେ ଫିତାକୃମି ଡିମ୍ବ ପଶିଥିବା ଶୁଣି ୮ ବର୍ଷୀୟ ତୃଷିକାର (ଛଦ୍ମନାମ) ପିତାମାତା ଚମକି ପଡ଼ିଥିଲେ। ଛଅମାସ ଧରି ମୁଣ୍ଡବିନ୍ଧା ଓ ବାତମରା ଭୋଗିବା ପରେ ତୃଷିକାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସିଟି ସ୍କାନ୍‌ରୁ ଜଣାପଡ଼ିଲା ତାଙ୍କ ମସ୍ତିଷ୍କରେ ଥିବା ୧୦୦ଟି ସିଷ୍ଟ୍‍ ପ୍ରକୃତରେ ଫିତାକୃମିର ଅଣ୍ଡା। ସେ ଅଣ୍ଡାଗୁଡ଼ିକୁ ପାକସ୍ଥଳୀରୁ ରକ୍ତସ୍ରୋତରେ ଯାଇ ମସ୍ତିଷ୍କରେ ପଶିଥିଲା।

ସେ ଅଣନିଶ୍ୱାସୀ ହୋଇ ଉଠୁଥିଲା ଏବଂ ଚାଲି ମଧ୍ୟ ପାରୁ ନ ଥିଲା।

ଡାକ୍ତରଙ୍କ କହିବାନୁସାରେ, ପୂର୍ବରୁ ତୃଷିକା ନ୍ୟୁରୋଷ୍ଟିସେର୍କୋସିସ୍‌ରେ ଆକ୍ରାନ୍ତ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। କାରଣ ଏତେଗୁଡ଼ିଏ ସିଷ୍ଟ୍‍ ଥିବାରୁ ତା’ର ମସ୍ତିଷ୍କ ଫୁଲି ଯାଇଥିଲା। ଦୀର୍ଘ ଦିନ ଧରି ଷ୍ଟେରଏଡ୍‌ ଦିଆଯିବା ଫଳରେ ମୁଣ୍ଡର ଓଜନ ୨୦ କିଲୋ ହୋଇଯାଇଥିଲା।

ଏତେ ଔଷଧପତ୍ର ଖାଇ ମଧ୍ୟ ମସ୍ତିଷ୍କରୁ ଯନ୍ତ୍ରଣା କମୁ ନ ଥିଲା।

ଆବେଣ୍ଡାଜଲ୍‌ ଚିକିତ୍ସା ପରେ ସେ ସିଷ୍ଟ୍‍ ମୁକ୍ତ ହେଲା ଏବଂ ପୁଣି ଚଳପ୍ରଚଳ କରିବାକୁ ସମର୍ଥା ହୋଇ ସ୍କୁଲ୍‌କୁ ଗଲା।

ଫଳ ଓ ପନିପରିବା ଭଲ କରି ନ ଧୋଇ ଖାଇବା ଓ ଦରସିଝା ଘୁଷୁରି ମାଂସ ଖାଇବା ଦ୍ୱାରା ମଣିଷ ଶରୀରରେ ଫିତାକୃମି ସଂକ୍ରମଣ ହୁଏ ବୋଲି ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe