କରୋନାରୁ ସୁସ୍ଥ ହୋଇଥିବା ୧୦୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ଼ ମନୋବଳ

Advertisment
କରୋନାରୁ ସୁସ୍ଥ ହୋଇଥିବା ୧୦୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ଼ ମନୋବଳ

Livemint

ବେଙ୍ଗାଲୁରୁ : କରୋନାରୁ ସୁସ୍ଥ ହୋଇଥିବା ଜଣେ ୧୦୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ଼ ମନୋବଳ ଅନ୍ୟ କରୋନା ରୋଗୀଙ୍କ ମନରେ ସାହସ ଜୁଟାଇଛି। ଉକ୍ତ ବୃଦ୍ଧା‌ ଜଣଙ୍କ କର୍ଣ୍ଣାଟକର ବେଲ୍ଲାରି ଜିଲ୍ଲାର। ତାଙ୍କ ନାମ ହଲ୍ଲାମ୍ମା। ସେ ଗତ ଜୁଲାଇ ୧୬ ତ‌ାରିଖରେ କ‌ରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରାଗଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀ‌ରେଧୀରେ ସୁଧୁରିଲା ଏବଂ ୨୨ ତାରିଖରେ ରିପୋର୍ଟ ନେଗେଟିଭ୍‌ ଆସିଲା। ହଲ୍ଲାମ୍ମା କହିଛନ୍ତି, କରୋନାକୁ ଆଦୌ ଭୟ କରନାହିଁ । ଏହା ସାଧାରଣ ଥଣ୍ଡା ପରି। ଚିକିତ୍ସା କଲେ ଏହା ଭଲ ହୋଇଯିବ। ସେ ନିୟମିତ ‌ଯେଉଁ ଖାଦ୍ୟ ଖାଆନ୍ତି ସେହି ଖାଦ୍ୟ ଏବଂ ଏଥିସହ ତାଙ୍କୁ ପ୍ରତିଦିନ ଗୋଟିଏ ସେଓ ଖାଇବାକୁ ଦିଆଯାଉଥିଲା। ଡାକ୍ତରମାନେ ଟାବଲେଟ୍‌ ଏବଂ ଇଂଜେକସନ୍‌ ଦେଉଥିଲେ। ଏବେ ସେ ପୂରା ସୁସ୍ଥ। ଉକ୍ତ ମହିଳାଙ୍କ ପୁଅ, ‌ବୋହୂ, ନାତି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe