ଶତାୟୁଙ୍କ ମନୋବଳ କରୋନାକୁ ହରାଇଲା ! ୧୧ ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ

Advertisment
ଶତାୟୁଙ୍କ ମନୋବଳ କରୋନାକୁ ହରାଇଲା ! ୧୧ ଦିନ  ଡାକ୍ତରଖାନାରେ ରହିବା ପରେ  ସୁସ୍ଥ ହୋଇ ଘରକୁ ଫେରିଲେ

କଲ୍ୟାଣ(ମହାରାଷ୍ଟ୍ର୍ର): ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ ପୂର୍ବ କଲ୍ୟାଣ ସହର ସନ୍ନିକଟ ଦୁର୍ଗା ମାତା ମନ୍ଦିର ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ଆନନ୍ଦି ଝା(୧୦୪) ଶନିବାର ଯେତେବେଳେ ସ୍ଥାନୀୟ କୋଭିଡ୍ ଚିକିତ୍ସା କେନ୍ଦ୍ରରୁ ଘରକୁ ଫେରୁଥିଲେ, ତାହା ସାରା ଅଂଚଳ ପାଇଁ ଏକ ବିରଳ ଦୃଶ୍ୟ ପାଲଟିଥିଲା। ନିଜର ଦୃଢ଼ ମନୋବଳ ପାଇଁ ବୟସର ଶେଷ ପାହାଚରେ ପାଦ ଥାପିଥିବା ଆନନ୍ଦି ଏପରି ମହାମାରୀ କୋଭିଡ୍ ବିରୋଧରେ ବିଜୟୀ ହେବା ଘଟଣା ଏବେ ସମସ୍ତଙ୍କ ମୁହଁରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ କରୋନାଭୂତାଣୁ ସଂକ୍ରମିତଙ୍କ ଭିତରେ ଶତାୟୁ ଆନନ୍ଦି ସବୁଠୁ ବୟସ୍କ କୋଭିଡ୍ ରୋଗୀର ମାନ୍ୟତା ରଖିଥିଲେ।

publive-image

ନିର୍ମାଣ ଠିକାଦାରି କରୁଥିବା ନିଜର ପୁଅ ମୁକେଶଙ୍କ ଠାରୁ ସେ ସମ୍ଭବତଃ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ତେବେ ଏହା ଜଣାପଡି଼ବା ପରେ ପରିବାରର ଅନ୍ୟମାନେ ଗୃହ ସଂଗରୋଧରେ ରହିଥିବା ବେଳେ ବୟସାଧିକ୍ୟ ହେତୁ ଆନନ୍ଦିଙ୍କୁ ଗତ ୨୩ ତାରିଖରେ ଥାଣେର ବେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ତତ୍କାଳୀନ ସ୍ବାସ୍ଥ୍ୟାବସ୍ଥା ଦେଖି ଡାକ୍ତରଖାନାର ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିଣତ ବାର୍ଦ୍ଧକ୍ୟ ସତ୍ତ୍ବେ ଆନନ୍ଦିଙ୍କର କେବଳ ଟିକେ ଜ୍ବର ଯାହା ଲାଗି ରହିଥିଲାା ଅପରପକ୍ଷେ, ରକ୍ତରେ ଅମ୍ଳଜାନ ସ୍ତର, ରକ୍ତ ଚାପ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପାରାମିଟରଗୁଡି଼କ ସ୍ବାଭାବିକ ରହିଥିଲା। ଶେଷରେ ୧୧ ଦିନ କାଳ ଡାକ୍ତରଖାନାରେ ରହିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe