‌ଭୋଟଦାନ କରିବାକୁ ଖଟିଆରେ ବୁହାହୋଇ ଆସିଲେ ଅସୁସ୍ଥ ଶତାୟୁ; ଭିଡିଓ ହେଲା ଭାଇରାଲ

Advertisment
‌ଭୋଟଦାନ କରିବାକୁ ଖଟିଆରେ ବୁହାହୋଇ ଆସିଲେ ଅସୁସ୍ଥ ଶତାୟୁ; ଭିଡିଓ ହେଲା ଭାଇରାଲ

କଟିହାର (ବିହାର): ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। ତେବେ, ଭୋଟଦାନ ପରି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ କାଟିହର ଜିଲ୍ଲାର ଜନୈକ ୧୦୦ ବର୍ଷ ବୟସ୍କ ଶତାୟୁ ସୁଖଦେବ ମଣ୍ଡଳ ନିଜର ଅସୁସ୍ଥତା ସତ୍ତ୍ୱେ ଭୋଟ୍‌ ଦେବା ପାଇଁ ଏକ ମତଦାନ କେନ୍ଦ୍ରକୁ ଏକ ଖଟିଆରେ ବୁହାହୋଇ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମତଦାନ କେନ୍ଦ୍ରକୁ ଖଟିଆରେ ବୁହାହୋଇ ଅସୁସ୍ଥ ଶତାୟୁ ଜଣଙ୍କ ଆସିବା ବେଳେ ତାଙ୍କ ହାତରେ ସାଲାଇନ୍‌ ବୋତଲରୁ ସାଲାଇନ୍‌ ଦିଆ ଚାଲିଥିଲା। ମତଦାନ ପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ଆଣି ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଥିବା ଅଧିକାରୀମାନେ ସେମାନଙ୍କୁ ସହଯୋଗ କରିବା ସହ ଶତାୟୁ ବୃଦ୍ଧଙ୍କୁ ଭୋଟ ଦେବାରେ ସାହାଯ୍ୟ କରିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe