ଚେନ୍ନାଇ ନିକଟରେ ମିନିଟ୍ରକ୍‌ ଓଲଟି ୧୦୦୦ କୁକୁଡ଼ା ମୃତ

Advertisment
ଚେନ୍ନାଇ ନିକଟରେ ମିନିଟ୍ରକ୍‌ ଓଲଟି ୧୦୦୦ କୁକୁଡ଼ା ମୃତ

Representative Image

ଚେନ୍ନାଇ: ସୋମବାର ରାତିରେ କାଞ୍ଚିପୁରମ୍‌ ଜିଲ୍ଲା ଅନ୍ତର୍ଗତ ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥର ସୁଙ୍ଗୁବରଚତିରମ ଠାରେ ୧୦୦୦ଟି ବ୍ରଏଲର୍‌ କୁକୁଡ଼ାଙ୍କୁ ନେଇ ଯାଉଥିବା ଗୋଟାଏ ମିନି ଟ୍ରକ୍‌ ରାସ୍ତା ଡିଭାଇଡର୍‌କୁ ଧକ୍କା ଦେଇ ଓଲଟି ପଡ଼ିଛି। ପ୍ରାୟ ୨୦ ମିଟର୍‌ ଘୋଷାରି ହୋଇ ଯାଇଥିବା ଏହି ମିନି ଟ୍ରକ୍‌ ତଳେ ଚାପି ହୋଇ କୁକୁଡ଼ାମାନେ ମରିଯାଇଥିବା ବେଳେ ଡ୍ରାଇଭର୍‌ କୌଣସି ମତେ ରକ୍ଷା ପାଇଯାଇଛନ୍ତି।

ଆହତ ହୋଇଥିବା ଗୁଡ଼ିୟାତମବାସୀ ଡ୍ରାଇଭର୍‌ ୟାସିନ୍‌ଙ୍କୁ ବାଟୋଇମାନେ ଉଦ୍ଧାର କରିଥିଲେ। ଶ୍ରୀପେରୁମ୍ବୁଦୁରସ୍ଥିତ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଡାକ୍ତରମାନେ କହିଛନ୍ତି ବୋଲି ପୁଲିସ କହିଛି।

publive-image Representative

କୃଷ୍ଣନଗରୀସ୍ଥିତ କୁକୁଡ଼ା ଫାର୍ମରୁ କୁକୁଡ଼ା ବୋଝେଇ ଟ୍ରକ୍‌ ଚଳାଇ ୟାସିନ୍‌ ଚେନ୍ନାଇ ଯିବା ବାଟରେ ଦୁର୍ଘଟଣା ଘଟିଥିଲା। କ୍ୟାରିୟର୍‌ର ପୃଥକ୍‌ ପୃଥକ୍‌ ର‍୍ୟାକ୍‌ରେ କୁକୁଡ଼ାଗୁଡ଼ିକୁ ରଖାଯାଇଥିଲା। ଦୁର୍ଘଟଣାରେ ଉକ୍ତ ତାର ପଞ୍ଜୁରିଗୁଡ଼ିକ ଚେପା ହୋଇଯିବାରୁ କୁକୁଡ଼ାଗୁଡ଼ିକ ଘଟଣାସ୍ଥଳରେ ମରିଯାଇଥିଲେ।

ଦୁର୍ଘଟଣା ପରେ ପରେ ପ୍ରାୟ ଘଣ୍ଟାଏ ଯାଏଁ ରାସ୍ତାରେ ଟ୍ରାଫିକ୍‌ ଚଳାଚଳ ବ୍ୟାହତ ହୋଇଥିଲା। ମଲା କୁକୁଡ଼ାଗୁଡ଼ିକୁ ରାସ୍ତାକଡ଼ରେ ଫିଙ୍ଗି ଦିଆଯାଇଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ସୁଙ୍ଗୁବରଚତିରମ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe