ଇସ୍‌ଲାମାବାଦ୍‌ରେ ଥିବା ୧୦୦୦ ଚୀନ୍‌ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବ ପାକିସ୍ତାନ ପୁଲିସ୍‌: ରିପୋର୍ଟ

Advertisment
ଇସ୍‌ଲାମାବାଦ୍‌ରେ ଥିବା ୧୦୦୦ ଚୀନ୍‌ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବ ପାକିସ୍ତାନ ପୁଲିସ୍‌: ରିପୋର୍ଟ

Image Courtesy of NDTV

ଇସ୍‌ଲାମାବାଦ୍‌: ନିଜ ନିଜର ସୁରକ୍ଷା ନିମନ୍ତେ ସୁନିଶ୍ଚିତ ହେବା ନିମନ୍ତେ ଇସ୍‌ଲାମାବାଦ୍‌ରେ ବାସ କରୁଥିବା ୧୦୦୦ରୁ ଊର୍ଦ୍ଧ୍ବ ଚୀନ୍‌ ନାଗରିକମାନେ କୁଆଡ଼େ ବାହାରିବା ପୂର୍ବରୁ ପୁଲିସକୁ ସୂଚନା ଦେବେ ବୋଲି ସୋମବାର ଦିନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ପାକିସ୍ତାନରେ ବାସ କରୁଥିବା ଚୀନ୍‌ ନାଗରିକମାନଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଉଥିବାରୁ ପାକିସ୍ତାନ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସମ୍ବାଦପତ୍ର ‘ଡନ୍‌’ ରିପୋର୍ଟ ଅନୁସାରେ, ବିଦେଶୀ ନାଗରିକମାନଙ୍କର, ବିଶେଷକରି ଚୀନ୍‌ ନାଗରିକମାନଙ୍କର ନିରାପତ୍ତା ନିମନ୍ତେ ଇସ୍‌ଲାମାବାଦ୍‌ ପୁଲିସ ନିକଟରେ ସ୍ଥାପନ କରିଥିବା ‘ଡିଷ୍ଟ୍ରିକ୍ଟ୍‌ ଫରେନ୍‌ ସିକ୍ୟୁରିଟି ସେଲ୍‌’ର କାର୍ଯ୍ୟଦକ୍ଷତା ଉପରେ ବସିଥିବା ସମୀକ୍ଷା ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ ଇସ୍‌ଲାମାବାଦରେ ବାସ କରୁଥିବା ଚୀନ୍‌ ନାଗରିକମାନଙ୍କ ଉପରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ୩ ଡଜନ୍‌ରୁ ଊର୍ଦ୍ଧ୍ବ ପ୍ରକଳ୍ପ, କମ୍ପାନି ଓ ବ୍ୟବସାୟ ସହିତ ସମ୍ପୃକ୍ତ ଥିବା ୧୦୦୦ରୁ ଅଧିକ ଚୀନ୍‌ ନାଗରିକ ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦ୍‌ରେ ବାସ କରୁଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

publive-image Image Courtesy of The Times of India

ଉକ୍ତ ଚୀନ୍‌ ନାଗରିକମାନେ ଆତଯାତ କରୁଥିବା ବ‌େଳେ ଥାନାର ଏସ୍‌ଏଚ୍‌ଓ, ସିକ୍ୟୁରିଟି ଡିଭିଜନ୍‌ ଅଥବା ପାଟ୍ରୋଲିଙ୍ଗ୍‌ ୟୁନିଟ୍‌ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବେ। ଏହାଛଡ଼ା, ଚୀନ୍‌ ନାଗରିକମାନଙ୍କର ପୂର୍ଣ୍ଣ ବିବରଣୀ ସଂଗ୍ରହ କରିବା ଦାୟିତ୍ବ ମଧ୍ୟ ‘ଏସ୍‌ଏଚ୍‌ଓ’ମାନଙ୍କୁ ଦାୟିତ୍ବ ଦିଆଯାଇଛି।

ସେହିପରି, ଚୀନ୍‌ ନାଗରିକମାନେ ବାସଭବନ ଚାରିପଟେ ଓ ସେମାନଙ୍କ ବାସଭବନକୁ ପଡ଼ିଥିବା ରାସ୍ତାରେ ‘ସିସିଟିଭି’ କ୍ୟାମେରା ଲାଗାଯିବ ବୋଲି ମଧ୍ୟ ସରକାରୀ ଅଧିକାରୀମାନେ କହିଛନ୍ତି।

ଏ ସମସ୍ତ କାର୍ଯ୍ୟଭାର ଗ୍ରହଣ କରିବା ଲାଗି ‘ସେଫ୍‌ ସିଟି ଆଣ୍ଡ୍‌ ପୋଲିସ୍‌ ଫେସିଲେସନ୍‌’ ନାମରେ ଡେସ୍କ୍‌ଟାଏ ସ୍ଥାପନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe