ବିଜେପିକୁ ହଜାରେ କୋଟିର ଚାନ୍ଦା

Advertisment
ବିଜେପିକୁ ହଜାରେ କୋଟିର ଚାନ୍ଦା

ନୂଆଦିଲ୍ଲୀ: ଶାସକ ବିଜେପି ୨୦୧୭-୧୮ ଆର୍ଥିକ ବର୍ଷରେ ୧,୦୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଫଳରେ ଏହା ଦେଶର ସବୁଠୁ ଧନୀ ଦଳ ବିବେଚିତ ହୋଇପାରିଛି। ଦଳ ପକ୍ଷରୁ ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାଖଲ କରାଯାଇଥିବା ବାର୍ଷିକ ଆର୍ଥିକ ରିପୋର୍ଟରୁ ଏହି ସୂଚନା ମିଳିଛି। କେବଳ ବିଜେପି କାହିଁକି, ଅନ୍ୟ ଦଳଗୁଡ଼ିକ ମଧ୍ୟ ବିପୁଳ ଚାନ୍ଦା ହାସଲ କରିଛନ୍ତି। ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକବର୍ଷରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ରାଜନୈତିକ ପାଣ୍ଠି ଭାବେ ଗତ ଆର୍ଥିକବର୍ଷରେ ୭୧୭ କୋଟି ଟଙ୍କା ଆୟ କରିଛି, ଯାହା ୨୦୧୬-୧୭ରେ ୬୮୧ କୋଟି ଟଙ୍କା ରହିଥିଲା‌। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୯୧ କୋଟି ଟଙ୍କା ଆୟ କରିଛି, ଯାହା କି ୨୦୧୬-୧୭ରେ ୨୬୨ କୋଟି ଟଙ୍କା ଥିଲା। ତେବେ କଂଗ୍ରେସ ଏଯାବତ୍‌ ନିର୍ବାଚନ କମିସନ୍‌ଙ୍କୁ ଏହାର ଆର୍ଥିକ ରିଟର୍ଣ୍ଣ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe