ବିପୁଳ ନିଶାଦ୍ରବ୍ୟ ସହ ନଗଦ ୧ହଜାର କୋଟି ଜବତ

Advertisment

ମହାରାଷ୍ଟ୍ର, ଝାଡ଼ଖଣ୍ଡ ସମେତ ୪୮ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ‌କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇ ୧ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଟଙ୍କା...

ମହାରାଷ୍ଟ୍ର, ଝାଡ଼ଖଣ୍ଡ ସମେତ ୪୮ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ‌କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇ ୧ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଟଙ୍କା...

money

Deccan Chronicle

ନୂଆଦିଲ୍ଲୀ: ମହାରାଷ୍ଟ୍ର, ଝାଡ଼ଖଣ୍ଡ ସମେତ ୪୮ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ‌କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇ ୧ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଟଙ୍କା, ମଦ, ନିଶାସାମଗ୍ରୀ ଜବତ ହୋଇଛି। ଏହି ପରିମାଣ ପୂର୍ବ ବର୍ଷ ଠାରୁ ୭ ଗୁଣ ଅଧିକ ଅଟେ। ନିର୍ବାଚନ କମିସନ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୦୧୯ରେ ମହାରାଷ୍ଟ୍ରରୁ ୧୦୩.୬୧ କୋଟି ଟଙ୍କାର ନଗଦ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଝାଡ଼ଖଣ୍ଡରୁ ୧୮.୭୬ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା।

ଚଳିତ ବର୍ଷ ମହାରାଷ୍ଟ୍ରରୁ ନଗଦ ୧୫୩.୪୮ କୋଟି ଟଙ୍କା, ୭୧.୧୩ କୋଟି ଟଙ୍କାର ମଦ, ୭୨.୧୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଆଦି ନିଶା ସାମଗ୍ରୀ, ୨୮୨.୪୯ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଧାତୁ, ୮୦.୯୪ କୋଟି ଟଙ୍କା ମୂଲ୍ୟର  ମାଗଣା ବଣ୍ଟନ ସାମଗ୍ରୀ ଜବତ କରାଯାଇଛି। ଏହି ସମସ୍ତ ଜବତ ସାମଗ୍ରୀର ମୋଟ ମୂଲ୍ୟ ୬୬୦.୧୮ କୋଟି ଟଙ୍କା ଅଟେ। ସେହିଭଳି, ଝାଡ଼ଖଣ୍ଡରୁ ନଗଦ ୧୪.୮୪ କୋଟି ଟଙ୍କା, ୭.୮୪ କୋଟି ଟଙ୍କା ମୂଲ୍ୟର ମଦ, ୧୪.୮୪ କୋଟି ଟଙ୍କାର ନିଶାଦ୍ରବ୍ୟ, ୮.୩୮ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାଦ ଧାତୁ, ୧୫୨.୨୨ କୋଟି ଟଙ୍କାର ମାଗଣା ବଣ୍ଟନ ସାମଗ୍ରୀ ଜବତ କରାଯାଇଛି। ଏହି ସମସ୍ତ ସାମଗ୍ରୀର ମୋଟ ମୂଲ୍ୟ ୧୯୮.୧୨ କୋଟି ଟଙ୍କା ଅଟେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe