ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଲା, ପ୍ରତି ୫ ଦିନରେ ୧୦୦୦ ମୃତ୍ୟୁ

Advertisment

୨୫ ଦିନରେ ମୃତ୍ୟୁ ସଂଖ୍ୟା ଦୁଇଗୁଣ

୨୫ ଦିନରେ ମୃତ୍ୟୁ ସଂଖ୍ୟା ଦୁଇଗୁଣ

ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଲା, ପ୍ରତି ୫ ଦିନରେ ୧୦୦୦ ମୃତ୍ୟୁ

The Financial Express

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯାଇଛି। ଏହା ସହିତ ମହାରାଷ୍ଟ୍ର ଏବେ ମୃତ୍ୟୁ ସଂଖ୍ୟାରେ ଜର୍ମାନୀ ଏବଂ କା‌ନାଡ଼ାକୁ ଟପିଯାଇଛି। ଶନିବାର ଦିନ ମହାରାଷ୍ଟ୍ରରେ ସର୍ବାଧିକ ୮ ହଜାରରୁ ଅଧିକ ଦୈନିକ ସଂକ୍ରମଣ ମାମଲା ମଧ୍ୟ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ମାମଲା ୨ ଲକ୍ଷ ୪୬ ହଜାର ୬୦୦‌ରେ ପହଞ୍ଚିଛି। ଯାହା ଦେଶର ମୋଟ୍‌ ସଂକ୍ରମଣ ମାମଲାର ୩୦ ପ୍ରତିଶତ। ରାଜ୍ୟରେ ଶନିବାର ଦିନ ୨୨୩ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା ୧୦ ହଜାର ୧୧୬ରେ ପହଞ୍ଚିଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟାର ଏହା ୪୫ ପ୍ରତିଶତ। ମହାରାଷ୍ଟ୍ରରେ ପ୍ରଥମ ୫ ହଜାର ମୃତ୍ୟୁ ପରେ ଦ୍ବିତୀୟ ୫ ହଜାର ମୃତ୍ୟୁପାଇଁ ୨୫ ଦିନ ଲାଗିଛି।

ପ୍ରତି ୫ ଦିନରେ ଥରେ ମହାରାଷ୍ଟ୍ରରେ ୧ ହଜାର କରୋନା ମୃତ୍ୟୁ ହୋଇଛି। ତେବେ ମୁମ୍ବାଇରେ ସଂକ୍ରମଣ ମାମଲା ସ୍ଥିର ରହିଛି। ମୁମ୍ବାଇରେ ଗତକାଲି ୧୨୮୪ ନୂଆ ମାମଲା ଚିହ୍ନଟ ହୋଇଥିଲା ଏବଂ ଗତ ୪୮ ଘଣ୍ଟା ମଧ୍ୟରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଆର୍ଥିକ ରାଜଧାନୀରେ ମୋଟ୍‌ ମାମଲା ୯୧ ହଜାର ୭୪୫ ରହିଛି। ୨୨ ହଜାର ୭୮୨ ଜଣ ଚିକିତ୍ସାଧୀନ ଥିବାବେଳେ ୫ ହଜାର ୨୪୪ ଜଣଙ୍କ ମୃତ୍ୟୁ ହୋଇଛି। ବିଶେଷଜ୍ଞମାନେ କହିଛନ୍ତି, ଗ୍ରେଟର ମୁମ୍ବାଇ, ପୁନେ, ଔରଙ୍ଗାବାଦ୍‌ , ଜଲ୍‌ଗାଓଁରେ ସଂକ୍ରମଣ ବଢ଼ିବାରୁ ମହାରାଷ୍ଟ୍ରରେ ହଠାତ୍‌ ମାମଲା ବଢ଼ିଯାଇଛି। ଆଉ ୨ କିମ୍ବା ୩ ସପ୍ତାହ ମଧ୍ୟରେ ମହାରାଷ୍ଟ୍ର ସଂକ୍ରମଣର ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe