ନୂଆଦିଲ୍ଲୀ: ସର୍ବସାଧାରଣ ପରିବହନ ବ୍ୟବସ୍ଥାର ଉନ୍ନତି କରିବା ଏବଂ ବାୟୁ ପ୍ରଦୂଷଣ କମାଇବା ଲକ୍ଷ୍ୟରେ ଦିଲ୍ଲୀରେ ୧୦୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବା ନିମନ୍ତେ ଜଣେ ପରାମର୍ଶଦାତା ନିଯୁକ୍ତି କରାଇବା କଥାକୁ ସହରର ସରକାର ବୁଧବାର ଦିନ ଅନୁମୋଦନ କରିଛନ୍ତି।
୧୦୦% ସିଏନ୍ଜି ବସ୍ ଚଳାଇବାକୁ ବାହାରିଥିବା ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ବିଶ୍ୱରେ ପ୍ରଥମ। ଏଥିପାଇଁ ଦିଲ୍ଲୀ ସରକାର ‘ଡେଲି ଇଣ୍ଟେଗ୍ରେଟେଡ୍ ମଲ୍ଟି-ମୋଡାଲ୍ ଟ୍ରାଞ୍ଜିଟ୍ ସିଷ୍ଟମ୍’କୁ ଦାୟିତ୍ୱ ଦେଇ ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।
ପରିବହନ ବିଭାଗର ଜଣେ ଅଧିକାରୀ କହନ୍ତି: ଏହି ପଦକ୍ଷେପ ପ୍ରଦୂଷଣ ଉପରେ ବଡ଼ ପ୍ରଭାବ ପକାଇବ, ନିର୍ଦ୍ଦିଷ୍ଟ ଭାବେ କଣିକା ଉପରେ। ସେ ଯାହାହେଉ ସିଏନ୍ଜି ଗାଡ଼ି ସବୁ ଗୁଡ଼ାଏ ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ଭୋଲାଟାଇଲ୍ ଅର୍ଗାନିକ୍ କମ୍ପାଉଣ୍ଡ୍ ଛାଡୁଛନ୍ତି। ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଧୂଅାଁଳିଆ ପରିସ୍ଥିତି ସୃଷ୍ଟି କରୁଛି। ତେଣୁକରି, ଦୀର୍ଘକାଳୀନ ବ୍ୟବସ୍ଥାନୁଯାୟୀ, ଦିଲ୍ଲୀରେ ପରିବହନରେ ଇନ୍ଧନ ନିର୍ଗତ ପ୍ରଦୂଷଣ ଶୂନ ହେବା ଅତ୍ୟାବଶ୍ୟକ।
ପରିବହନ ବିଭାଗ ପୂର୍ବ ବିନୋଦ ନଗର, ବାଓ୍ଵନା ସେକ୍ଟର୍ ୫, ବୁରାଡ଼ି, ରୋହିଣୀ ସେକ୍ଟର୍ ୩୭, ରେବାଲା ଖାନପୁର ଏବଂ ନରେଲା ଠାରେ ୬ଟି ବସ୍ ଡିପୋ ନିର୍ମାଣ କରିବ। ବସ୍ଗୁଡ଼ିକ ଚାର୍ଜ କରିବାକୁ ବିଜୁଳି ଶକ୍ତି ଏବଂ ଆବଶ୍ୟକ ଚାର୍ଜିଙ୍ଗ୍ ୟୁନିଟ୍ ‘ଡିଆଇଏମ୍ଟିଏସ୍’ ଦାୟିତ୍ୱରେ ରହିବ। ‘ଡିଆଇଏମ୍ଟିଏସ୍’ ନିଜ ଖର୍ଚରେ ସମସ୍ତ ଭିତ୍ତିଭୂମିର ବ୍ୟବସ୍ଥା କରିବ।
Follow Us