କୂଅ ଉଝାଳିବା ବେଳେ ମିଳିଲା ଟିପୁ ସୁଲ୍‌ତାନ୍‌ଙ୍କ ଅମଳର ୧୦୦୦ ରକେଟ୍‌

Advertisment
କୂଅ ଉଝାଳିବା ବେଳେ ମିଳିଲା ଟିପୁ ସୁଲ୍‌ତାନ୍‌ଙ୍କ ଅମଳର ୧୦୦୦ ରକେଟ୍‌

ଶିବମୋଗ୍ଗା: ହୋସନଗର ତାଲୁକ ଅନ୍ତର୍ଗତ ନଗରା ଗାଅାଁରେ ଗୋଟାଏ କୂଅ ଉଝାଳିବା ବେଳେ ପଙ୍କକାଦୁଅ ମଧ୍ୟରୁ ୧୦୦୦ରୁ ଅଧିକ ରକେଟ୍‌ ମିଳିଛି।

ସ୍ଥାନୀୟ କୃଷକ ନାଗରାଜ ରାଓଙ୍କ ମାଲିକାନାରେ ଥିବା ଜମିରେ ଜୁଲାଇ ୨୫ ଓ ୨୬ ତାରିଖ ଦିନ ପ୍ରତ୍ନତାତ୍ତ୍ୱିକ ବିଭାଗ ଉତ୍‌ଖନନ କରୁଥିବା ବେଳେ ଏହି ରକେଟ୍‌ ସବୁ ମିଳିଛି।

କୂଅ ମଧ୍ୟରେ ପୋତି ହୋଇ ରହିଥିବା ରକେଟ୍‌ ସବୁ କେଉଁ ସମୟର ତାହାର ଆକଳନ କରାଯାଉଛି ବୋଲି କର୍ତ୍ତୃପକ୍ଷମାନେ କହିଛନ୍ତି।

ଯଦିବା ରକେଟ୍‌ ଜ୍ଞାନକୌଶଳ ପ୍ରଥମେ ଟିପୁ ସୁଲ୍‌ତାନ୍‌ଙ୍କ ଦ୍ୱାରା ବିକଶିତ ହୋଇଥିଲା, ଏହି ରକେଟ୍‌ ସବୁ ଯେ ତାଙ୍କର, ତହାର କୌଣସି ପ୍ରମାଣ ମିଳି ନାହିଁ। ଏ ସଂକ୍ରାନ୍ତରେ ନିଶ୍ଚିତ ହେବା ପାଇଁ ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ ଆବଶ୍ୟକ ବୋଲି ପ୍ରତ୍ନତାତ୍ତ୍ୱିକ ବିଭାଗର ସହକାରୀ ନିର୍ଦେଶକ ଆର୍‌ ରାଜେଶ୍ୱର କହିଛନ୍ତି।

ସେ କହିଛନ୍ତି ୨୦୦୨ ରୁ ସେଠାରେ ଖନନ ଚାଲୁ ଆସୁଛି। ୨୦୦୨ରେ ନାଗରାଜ ତାଙ୍କ କୂଅ ଉଝାଳିବା ବେଳେ ୧୬୦ଟି ରକେଟ୍‌ ପାଇଥିଲେ। ଘଟଣାସ୍ଥଳରୁ ଲୌହ ଏବଂ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ୨୦୦୭ରେ ଏହି ଜିନିଷପତ୍ରର ବୈଜ୍ଞାନିକ ପରୀକ୍ଷା କରାଯାଇଥିଲା ସେ କହିଛନ୍ତି।

ଉଦ୍ଧାର କରାଯାଇଥିବା ପଙ୍କ କାଦୁଅ ମଧ୍ୟରେ ଆହୁରି ଅଧିକ ରକେଟ୍‌ ଓ ଅସ୍ତ୍ର ପୋତି ହୋଇ ରହିଥାଇ ପାରେ ବୋଲି ସେ କହିଛନ୍ତି। ୧୦୦ ରୁ ୨୦୦ ରକେଟ୍‌ ମିଳିବ ବୋଲି ଆମେ ଆଶା କରିଥିଲୁ, କିନ୍ତୁ ପାଇଲୁଣି ୧୦୦୦ ରୁ ଅଧିକ ରକେଟ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe