୧୦ହଜାର ବସ୍ ମାର୍ଶଲ୍ ଚାକିରି ଫେରି ପାଇଲେ

Advertisment

ଗତ ବର୍ଷ ବସ୍ ମାର୍ଶଲ ପଦବୀରୁ ହଟାଯାଇଥିବା ପ୍ରାୟ ୧୦,୦୦୦ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ (ସିଡିଭି)ଙ୍କୁ ଆସନ୍ତା ସପ୍ତାହରୁ ଚାରିମାସ ପାଇଁ କାମ କରିବାକୁ ଡକାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଘୋଷଣା କରିଛନ୍ତି...

ଗତ ବର୍ଷ ବସ୍ ମାର୍ଶଲ ପଦବୀରୁ ହଟାଯାଇଥିବା ପ୍ରାୟ ୧୦,୦୦୦ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ (ସିଡିଭି)ଙ୍କୁ ଆସନ୍ତା ସପ୍ତାହରୁ ଚାରିମାସ ପାଇଁ କାମ କରିବାକୁ ଡକାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଘୋଷଣା କରିଛନ୍ତି...

7ppmmuyyu7

ନୂଆଦିଲ୍ଲୀ: ଗତ ବର୍ଷ ବସ୍ ମାର୍ଶଲ ପଦବୀରୁ ହଟାଯାଇଥିବା ପ୍ରାୟ ୧୦,୦୦୦ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ (ସିଡିଭି)ଙ୍କୁ ଆସନ୍ତା ସପ୍ତାହରୁ ଚାରିମାସ ପାଇଁ କାମ କରିବାକୁ ଡକାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଘୋଷଣା କରିଛନ୍ତି। ଏହି ବସ୍ ମାର୍ଶଲ୍‌ମାନେ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ସହାୟତା କରିବେ। ଏହି ପ୍ରସ୍ତାବକୁ ଦିଲ୍ଲୀ ସରକାର ଅନୁମୋଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଲକଡାଉନ୍: ଏକ୍ୟୁଆଇ ସ୍ତର ଅଧିକ ଯୋଗୁ ସବୁ ଠପ୍

ଆତିଶୀ  କହିଛନ୍ତି, ସିଡିଭିଙ୍କୁ ନିୟମିତ କରିବା ପାଇଁ ଦିଲ୍ଲୀ ସରକାର ଖୁବ୍ ଶୀଘ୍ର ଏକ ପ୍ରସ୍ତାବ ପଠାଇବେ। ସେମାନଙ୍କର କାର୍ଯ୍ୟ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ଥିବାରୁ ୧ ନଭେମ୍ବର ୨୦୨୩ରୁ ବସ୍ ମାର୍ଶଲ ଭାବରେ ସିଡିଭି ନିୟୋଜନ ଉପରେ ଅର୍ଥ ଏବଂ ରାଜସ୍ୱ ବିଭାଗ ଆପତ୍ତି କରିଥିଲେ। ମାତ୍ର ଏବେ ଆମେ ଲଢ଼ି ବିଜୟୀ ହୋଇଛୁ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଖଲିସ୍ତାନୀଙ୍କୁ ନେଇ ସତ୍ୟ ସ୍ବୀକାର କଲେ ଟ୍ରୁଡୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe