୧୦୦ତମ ମନ୍ କୀ ବାତ୍‌: ୪ ପ୍ରେରଣାଦାୟୀ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ

୧୦୦ତମ ମନ୍ କୀ ବାତ୍‌: ୪ ପ୍ରେରଣାଦାୟୀ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ

ରବିବାର ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍ କୀ ବାତ୍‌ରେ ସେ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିବା ଚାରିଜଣ ବ୍ୟକ୍ତିତ୍ବଙ୍କ ବିଷୟରେ ପୁନରାଲୋଚନା କରିବା ସହ ସେମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ସେହି ଚାରି ପ୍ରେରଣାଦାୟୀ ବ୍ୟକ୍ତିତ୍ବ ହେଉଛନ୍ତି: ବିଜୟଶାନ୍ତି ଦେବୀ, ସୁନୀଲ ଜଗଲାନ, ପ୍ରଦୀପ ସାଙ୍ଗୱାନ ଓ ମନଜୁର ଅହମଦ।

ବିଜୟଶାନ୍ତି ଦେବୀ
ମଣିପୁରର ବିଜୟଶାନ୍ତି ଦେବୀ ପଦ୍ମନାଡ଼ର ତନ୍ତୁରେ ବସ୍ତ୍ର ତିଆରି କରନ୍ତି। ତାଙ୍କର ସ୍ବତନ୍ତ୍ର ଓ ପରିବେଶ-ଅନୁକୂଳ ଚିନ୍ତାଧାରା ପୂର୍ବରୁ ମନ୍ କୀ ବାତ୍‌ରେ ସ୍ଥାନ ପାଇଥିଲା। ପ୍ରାୟ ୩୦ ଜଣ ମହିଳାଙ୍କୁ ସେ ଏହି କାମରେ ନିୟୋଜିତ କରିଛନ୍ତି ଏବଂ ଚଳିତବର୍ଷ ଆଉ ୭୦ ଜଣ ମହିଳାଙ୍କୁ ନିୟୋଜିତ କରିବେ ବୋଲି କହିଛନ୍ତି। ସେ ଖୁବ୍‌ଶୀଘ୍ର ତାଙ୍କ ଉତ୍ପାଦର ରପ୍ତାନି ଆରମ୍ଭ କରିବେ ବୋଲି କହିଛନ୍ତି।

ସୁନୀଲ ଜଗଲାନ
‘ସେଲ୍‌ଫି ୱିଥ୍ ଡଟର’ ଅଭିଯାନର ସୂତ୍ରଧର ହେଉଛନ୍ତି ସୁନୀଲ ଜଗଲାନ। ଜୁନ୍ ୨୦୧୫ରେ ନିଜ ଗାଁରୁ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ପରେ ସେ ଏଥିପାଇଁ ଏକ ସ୍ବତନ୍ତ୍ର ୱେବ୍‌ସାଇଟ୍ ଆରମ୍ଭ କରିଛନ୍ତି, ଯେଉଁଥିରେ ଲୋକମାନେ ନିଜ ଝିଅ ସହ ସେଲ୍‌ଫି ସେୟାର କରିପାରିବେ।

ସାଙ୍ଗୱାନ
ପ୍ରଦୀପ ସାଙ୍ଗୱାନ ‘ହିଲିଂ ହିମାଳୟଜ୍’ ଅଭିଯାନ ଆରମ୍ଭ କରିଛନ୍ତି। ହିମାଳୟ ଅଞ୍ଚଳକୁ ସଫା ରଖିବା ପାଇଁ ତାଙ୍କ ଦଳ ବିଭିନ୍ନ ସ୍ଥାନରୁ ଦୈନିକ ୫ ଟନ୍ ଅଳିଆ ସଂଗ୍ରହ କରୁଛନ୍ତି। ଏହି ଅଭିଯାନରେ ଗ୍ରାମୀଣ ହିମାଳୟ ଅଞ୍ଚଳରେ ପରିମଳ, ଆବର୍ଜନା ବିନିଯୋଗ ସହ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି।

ମନଜୁର ଅହମଦ
ଜମ୍ମୁ-କାଶ୍ମୀରର ଏକ ଗାଁରେ ମନଜୁର ଅହମଦ ଏକ ପେନସିଲ ତିଆରି କାରଖାନା କରିଛନ୍ତି। ଏହି କାରଖାନାରେ ସେ ୨୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ପୁଲୱାମା ଜିଲ୍ଲାର ଏହି ଗାଁ ଔଖୁ ଏବେ ‘ଭାରତର ପେନସିଲ ଗ୍ରାମ’ ଭାବେ ବିଖ୍ୟାତ ହୋଇଗଲାଣି। ପେନସିଲ ତିଆରି କରି ଏହି ଗାଁ ଭାରତର ଲୋକଙ୍କୁ ଶିକ୍ଷିତ କରୁଥିବା ପ୍ରଧାନମନ୍ତ୍ରୀ ତାଙ୍କ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe