୧୦୦% ଭିଭିପିଏଟି ସ୍ଲିପ୍‌ ଗଣତି ଆବେଦ ଖାରଜ

ଶପଥ ନେଲେ ସୁପ୍ରିମ କୋର୍ଟର ୪ ନୂଆ ବିଚାରପତି

ନୂଆଦିଲ୍ଲୀ: ଇଭିଏମ୍‌ ଜାଲିଆତି ଅଭିଯୋଗକୁ ଜୋର୍‌ସୋରରେ ଉଠାଇଥିବା ବିରୋଧୀ ଦଳଗୁଡ଼ିକୁ ଆଜି ସୁପ୍ରିମ୍‌ କୋର୍ଟରୁ ଝଟ୍‌କା ମିଳିଛି। ଇଭିଏମ୍‌ ଭୋଟ୍‌ ସହ ଶତ ପ୍ରତିଶତ ଭିଭିପିଏଟି ସ୍ଲିପ୍‌ ଗଣତି ଦାବି କରି ସୁପ୍ରିମ୍‌ କୋର୍ଟରେ କରାଯାଇଥିବା ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ପୂର୍ବରୁ ଏ ବାବଦରେ କୋର୍ଟ ସ୍ପଷ୍ଟ କରିବା ସହ ପ୍ରତି ବିଧାନସଭା କ୍ଷେତ୍ରରେ ୫ଟି ଲେଖାଏଁ ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ ଯେଉଁ ରାୟ ଦେଇଥିଲେ ତାହା ଚୂଡ଼ାନ୍ତ ଏବଂ ଏଭଳି ଆବେଦନର କିଛି ଅର୍ଥ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

publive-imageଟେକ୍‌ନୋକ୍ରାଟ୍‌ସ ମାନଙ୍କ ଦ୍ବାରା କରାଯାଇଥିବା ଏହି ଆବେଦନରେ କୁହାଯାଇଥିଲା ଯେ ଶତ ପ୍ରତିଶତ ଭିଭିପିଏଟି ସ୍ଲିପ୍‌ ଗଣତି ହେଲେ ହିଁ ଇଭିଏମ୍‌କୁ ନେଇ ଆଉ କୌଣସି ସନ୍ଦେହ ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe