ପ୍ରେମର ବୟସ ନାହିଁ! ରୋଗୀଣା ପତ୍ନୀଙ୍କୁ ଭେଟିବାକୁ ଅନ୍ୟର ସହାୟତା ନେଇ ହସ୍ପିଟାଲ୍‌ରେ ପହଞ୍ଚିଲେ ୧୦୨ ବର୍ଷୀୟ ପତି

ପ୍ରେମର ବୟସ ନାହିଁ! ରୋଗୀଣା ପତ୍ନୀଙ୍କୁ ଭେଟିବାକୁ ଅନ୍ୟର ସହାୟତା ନେଇ ହସ୍ପିଟାଲ୍‌ରେ ପହଞ୍ଚିଲେ ୧୦୨ ବର୍ଷୀୟ ପତି

ନୂଆଦିଲ୍ଲୀ: ଜୀବନର ଅନେକ ରଂଗ ମଧ୍ୟରୁ ସବୁଠାରୁ ସୁନ୍ଦର ରଂଗ ହେଉଛି ଦାମ୍ପତ୍ୟ। ଉତ୍ତମ ଜୀବନସାଥୀ ମିଳିଗଲେ ସାରା ଜୀବନଟା ରଂଗିନ ହୋଇଯ‌ାଏ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବ୍ୟକ୍ତି ନିଜକୁ ସ୍ବତନ୍ତ୍ର ଅନୁଭବ କରିଥାଏ। ଅ‌ାଜି ଆମେ ଏମିତି ଜଣେ ପତିଙ୍କ ବିଷୟରେ କହିବୁ, ଯିଏକି ବୟସକୁ ହେୟଜ୍ଞାନ କରି ସଂପର୍କକୁ ଗୁରୁତ୍ବ ଦେଇଛନ୍ତି। ପରିଣତ ବୟସରେ ବି ହସ୍ପିଟାଲ୍‌ରେ ଥିବା ତାଙ୍କ ପତ୍ନୀଙ୍କୁ ସର୍‌ପ୍ରାଇଜ୍‌ ଦେଇ ସବୁ ଦମ୍ପତିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ୧୦୨ ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଭେଟିବାକୁ ହସ୍ପିଟାଲ୍‌କୁ ଯାଉଛନ୍ତି। ବୃଦ୍ଧ ଜଣକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ପତ୍ନୀଙ୍କୁ ଭେଟିବାକୁ ଯିବା ବେଳେ ହାତରେ ଏକ ଫୁଲତୋଡ଼ା ଧରିଛନ୍ତି। ସେ ପତ୍ନୀଙ୍କୁ ଭେଟିବା ପରେ ପତ୍ନୀଙ୍କ ମୁହଁରେ ଏକ ଚୁମ୍ବନ ବି ଦେଉଛନ୍ତି।

ବୃଦ୍ଧ ଜଣକ ବୟସର ଶେଷ ପର୍ଯ୍ୟାୟରେ ଥିବା ହେତୁ ସେ ଠିକ୍‌ କରି ଚାଲି ବି ପାରୁନାହାନ୍ତି। ହେଲେ ପତ୍ନୀଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ସେ ଆଜି ବି ବନ୍ଦ କରିନାହାନ୍ତି। ଆପଣ ଦେଖି ପାରୁଥିଲେ ଯେ ବୃଦ୍ଧ ଜଣକ ଚାଲି ଚାଲି ଆସୁଥିବା ବେଳେ ତାଙ୍କୁ ପଛରୁ ଜଣେ ଧରିଛନ୍ତି। ତେବେ ବୃଦ୍ଧଙ୍କ ହାତରେ ଫୁଲତୋଡ଼ା ଦେଖି ତାଙ୍କ ପତ୍ନୀ ବି ହସୁଥିବାରୁ ଆପଣ ଭିଡିଓରେ ଦେଖି ପାରୁଥିବେ। ଏହି ଭିଡିଓରେ ‌ଏବେ ‌ସୋସିଆଲ୍‌ ମିଡିଆରେ ଖୁବ୍ ଗ୍ରହଣୀୟତା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe