ପରିବାରର ସମର୍ଥନ ହେତୁ କରୋନାକୁ ହରାଇ ସୁସ୍ଥ ହେଲେ ୧୦୪ ବର୍ଷୀୟା ବୃଦ୍ଧା

ପରିବାରର ସମର୍ଥନ ହେତୁ କରୋନାକୁ ହରାଇ ସୁସ୍ଥ ହେଲେ ୧୦୪ ବର୍ଷୀୟା ବୃଦ୍ଧା

india today

ୱାଶିଂଟନ୍‌: ବିଶ୍ବର କୋଣ ଅନୁକୋଣର ଲୋକେ କରୋନା ଭାଇରସ୍‌ର ଦ୍ବାରା ସଂକ୍ରମିତ ‌ହୋଇଛନ୍ତି। କରୋନା ବିଶେଷ କରି ବୟସ୍କ ଲୋକଙ୍କର ବେଶି କ୍ଷତି କରୁଛି ବୋଲି ଆମେ ପୂର୍ବରୁ ଶୁଣିଥିବା ବେଳେ ଆମେରିକାର ଜଣେ ୧୦୪ ବର୍ଷୀୟା ବୃଦ୍ଧା ଏହି ଭାଇରସ୍‌କୁ ଜିଣି ପାରିଥିବା କଥା ଏବେ ସଭିଙ୍କୁ ଚକିତ କରିଛି।

ଭୀରା ମୁଲାର୍‌ ନାମକ ଏହି ବୃଦ୍ଧା ଜଣକ ଗତ ୧୩ ବର୍ଷ ହେବ ୱିନୋନାଠାରେ ଥିବା ସୌୟେର୍ ହେଲ୍‌ଥ କେୟାର୍‌ରେ ରହି ଆସୁଥିଲେ। ତାଙ୍କ ଭିତରେ କାଶ, କଫ ଓ ଜ୍ବର ଦେଖାଯିବା ପରେ ମାର୍ଚ ୨୫ ତାରିଖରେ ତାଙ୍କର କରୋନା ଟେଷ୍ଟ୍‌ କରାଯାଇଥିଲା। ତାଙ୍କ ଭିତରେ କରୋନା ପଜିଟିଭ୍‌ ଥିବା ରିପୋର୍ଟ ଆସିଥିଲା।

ଯେ‌ତେବେଳେ ସେ କୋଭିଡ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିଲା ଭୀରାଙ୍କର ପୂରା ପରିବାର ତାଙ୍କ ନିକଟରେ ତାଙ୍କୁ ସାହସ ଦେଇ ଛିଡ଼ା ହୋଇଗଲେ। ଏପରିକି ତାଙ୍କ ଜନ୍ବଦିନରେ  ଝରକା ବାହାରେ ରହି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେଠାରେ ରହି ତାଙ୍କୁ ଉତ୍ସାହିତ କରିବା ସହ ତାଙ୍କ ସହ ଦୀର୍ଘ ସମୟ ଧରି ଫୋନ୍‌ରେ କଥା ହୋଇ ସେ ଭଲ ହୋଇଯିବେ ବୋଲି ଆଶ୍ବାସନା ବି ଦେଇଥିଲେ। ଯାହା ହେଉ, ଈଶ୍ବରଙ୍କ କୃପାର ପରିବାର ଲୋକଙ୍କ ସମବେଦନା ଓ ସ୍ନେହ ପାଇବା ପରେ ଭୀରା କରୋନାକୁ ହରାଇ ଏବେ ପୂରା ସୁସ୍ଥ ହୋଇ ପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe