କଶ୍ମୀରରେ ଏକ ସାଙ୍ଗରେ ବିବାହ କଲେ ୨୧୦ ଯୁବକଯୁବତୀ

Advertisment
କଶ୍ମୀରରେ ଏକ ସାଙ୍ଗରେ ବିବାହ କଲେ ୨୧୦ ଯୁବକଯୁବତୀ

hindustantimes.com

ଶ୍ରୀନଗର : କଶ୍ମୀରରେ ଏକ ବିଶାଳ ଗଣବିବାହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୧୦୫ ଯୋଡ଼ି ଯୁବକଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରବିବାର ଶ୍ରୀନଗରରେ ଥିବା ଅମର ସିଂ କ୍ଲବରେ ଏହି ବିବାହ ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି । ଅଧିକ ଜାକଜମକ ଓ ଆଡମ୍ବର ନ କରି ସାଧାରଣ ଭାବେ ବିବାହ କରିବାକୁ ଲୋକମାନଙ୍କୁ ଅନୁପ୍ରାଣୀତ କରିବା ପାଇଁ ଜମ୍ମୁ-କଶ୍ମୀରର ଜାଫ୍‌ରୀ ପରିଷଦ ସହ ଅନ୍ୟ କିଛି ମାନବତାବାଦୀ ସଂଗଠନ ମିଶି ଏହି ଗଣବିବାହର ଅୟୋଜନ କରିଥିଲେ। ଏହି ବିବାହରେ କନ୍ୟାମାନେ ନାଲି ଶାଢ଼ି ଏବଂ ବରମାନେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏମିତି ଅନେକ ଯୁବତୀ ଅଛନ୍ତି ଯେଉଁମାନଙ୍କ ଆର୍ଥକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେମାନେ ଯୌତୁକ ଦେଇ ନ ପାରି ବିବାହ କରି ପାରୁ ନାହାନ୍ତି ।

publive-image The Witness Post

ସେଥିପାଇଁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ । ବିବାହକୁ ଅଧିକ ଆଡମ୍ବରପୂର୍ଣ୍ଣ ନ କରି ସାଧାରଣ ବିବାହ କରିବାର ମନୋଭାବକୁ ବଢ଼ାଇବା ପାଇଁ ଆମେ ପ୍ରତି ବର୍ଷ ଏପର ଆୟୋଜନ ଆରମ୍ଭ କରିଛୁ । ୨୦୧୫ରେ ୩୮ ଯୋଡ଼ି ,୨୦୧୬ରେ ୭୦ ଯୋଡ଼ି ଏବଂ ୨୦୧୭ରେ ୭୫ ଯୋଡ଼ି ଯୁବକଯୁବତୀ ବିବାହ କରିଥିଲେ ବୋଲି ଜାପ୍‌ରୀ ପରିଷଦର ଚେୟାରମ୍ୟାନ୍‌ ମୁସଦିକ୍‌ ହୁସେନ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe